ରସୁଲଗଡ ଦୁର୍ଗାମଣ୍ଡପ ପଡିଆରେ ଦେଶୀ ମେଳା ଓ଼ ମେଘା ସପିଙ୍ଗ ବଜାରର ଉଦଘଟିତ

ଭୁବନେଶ୍ୱର, ୦୩/୧୨ : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ରସୁଲଗଡ ଦୁର୍ଗାପୂଜା ପଡିଆରେ ଶୁକ୍ରବାର ସନ୍ଧ୍ୟାରେ ଅତିଥି ମାନଙ୍କ ଉପସ୍ଥିତିରେ ଦେଶୀ ମେଳା ମେଘା ସପିଙ୍ଗ ବଜାରର ଶୁଭ ଉଦଘାଟନ ହୋଇଛି। ଏଠାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଷ୍ଟଲ ରହିଛି ଏବଂ ଷ୍ଟଲ ମାନଙ୍କରେ ସମସ୍ତ ପ୍ରକାର ଘର କରଣା ସାମଗ୍ରୀ ସାଙ୍ଗକୁ ଗୁଜୁରାଟ ଶାଢ଼ୀ, ଉତ୍ତରପ୍ରଦେଶ ହ୍ୟାଣ୍ଡଲୁମ ବସ୍ତ୍ର, ସ୍ୱୟଂ ସହାୟକ ମାଆ ମାନଙ୍କ ଦ୍ୱାରା ପ୍ରସ୍ତୁତ ବଡି, ଆଚାର, ପାମ୍ପଡ଼,କନ୍ଧମାଳ ହଳଦୀ,ପିଲା ମାନଙ୍କ ବିଭିନ୍ନ ଖେଳନା ସାଙ୍ଗକୁ ବିଭିନ୍ନ ପ୍ରକାରର ଖାଦ୍ୟ ମିଳୁଛି।ଏମଡି ସାବୀର ଓରଫ ମୁନା ଭାଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ସପିଙ୍ଗ ବଜାରର ଉଦଘାଟନ ଉତ୍ସବରେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳର ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରସୁଲଗଡ ଗ୍ରାମ କମିଟି ସଭାପତି ମଳୟ କୁମାର ରାଉତରାୟ, ରସୁଲଗଡ ଦୁର୍ଗାପୂଜା କମିଟି ସଭାପତି ପ୍ରକାଶ ରାଉତରାୟ, ସମ୍ପାଦକ ତଥା ପୂର୍ବତନ କର୍ପୋରେଟର ସଞ୍ଜୟ ବଳିୟାରସିଂ ନିରଞ୍ଜନ ରାଉତରାୟ, ଜାପାନ କୁମାର ରାଉତରାୟ, ନିରଞ୍ଜନ ଚମ୍ପତ୍ତି, ଅଜୟ ବଳିୟାର ସିଂ, ସୁବ୍ରତ ଚମ୍ପତି, ଜିତେନ୍ଦ୍ର ଚମ୍ପତ୍ତି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।ଆଜି ଠାରୁ ଆରମ୍ଭ ହୋଇଥିବା ଏହି ବଜାର ଜୁନ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।କୋଲକାତାର ପ୍ରସିଦ୍ଧ ଟାଟୁ ଯୁବପିଢ଼ିଙ୍କ ଆକର୍ଷଣ ପାଲଟିବ।ଆଜି ଉଦ୍ଘାଟନୀ ଦିନରେ ପ୍ରବଳ ଭୀଡ଼ ପରିଲକ୍ଷିତ ହୋଇଥିଲା। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଭଲ ବ୍ୟବସାୟ ହେବବୋଲି ଆଶା ରଖିଛନ୍ତି ମୁନ୍ନା ଭାଇ।

Leave a Reply

Your email address will not be published. Required fields are marked *