ବଡଚଣା ଉଦ୍ୟାନ କୃଷି ବିଭାଗରେ ଦୁର୍ନୀତି ସତ୍ତ୍ୱେ ପ୍ରଶାସନ ନୀରବ।
ବଡ଼ଚଣା :ସରକାରଙ୍କ ଘୋଷଣା ଅନୁସାରେ ଉଦ୍ୟାନ ବିଭାଗରେ ଗ୍ରାମାଞ୍ଚଳରେ ସାଧାରଣ ଲୋକ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇ ରୋଜଗାରକ୍ଷମ କରିବାକୁ ବିଧିବଦ୍ଧ ନିଷ୍ପତି ହୋଇଛି।କିନ୍ତୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ କାର୍ଯ୍ୟକ୍ରମ କିଛି ଅଲଗା ବଖାଣୁଛି।ଚାଷୀ ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଯେଉଁ ପ୍ରକାରର ସାମଗ୍ରୀ ଆସୁଛି ଲୋକ ମାନଙ୍କୁ ଦେବା ପାଇଁ ତାହା ଲୋକ ମାନେ ଜାଣି ପାରୁ ନାହାଁନ୍ତି। କେବଳ କେତେ ଜଣ କର୍ମଚାରୀ ଚଣ୍ଡିଖୋଲ ଫାର୍ମରେ ଆମ୍ବ ଗଛ ବିକ୍ରି କରୁଛନ୍ତି। ସେ ଫାର୍ମ ସମ୍ପୂର୍ଣ ଆବର୍ଜନା ପୁର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏହି କାର୍ଯ୍ୟାଳୟ ଅଧୀନରେ ୪୩ ଗୋଟି ଗ୍ରାମ ପଞ୍ଚାୟତ ରହିଛି।କିନ୍ତୁ ପଞ୍ଚାୟତରେ ଥିବା ଲୋକ ମାନେ ଉଦ୍ୟାନ କଣ ସେମାନେ ଜାଣି ପାରୁ ନାହାଁନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।ଭଲ ନାମୀ ଦାମୀ କମ୍ପାନୀର ମଞ୍ଜି ଓ ଅନ୍ୟାନ୍ୟ ଉପକରଣ ଗୁଡିକୁ ବଡଚଣା ଉଦ୍ୟାନ ବିଭାଗର ଅଧିକାରୀ ଅନ୍ୟତ୍ର ବିକ୍ରି କିଛି ହାତ ଗଣତି ଲୋକମାନଙ୍କୁ ପ୍ରବର୍ତ୍ତାଇ ତାଙ୍କ ଆଧାର କାର୍ଡ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ପ୍ରମାଣ ପତ୍ର ନେଇ,ସେମାନଙ୍କୁ କିଛି ଟଙ୍କା ଦେଇ ସେମାନେ ମଞ୍ଜି, ଗଛ ନେଇଥିବାର ପ୍ରମାଣ ଖସଡ଼ା କରୁଛନ୍ତି।ବଡଚଣା ଉଦ୍ୟାନ ବିଭାଗ ଅଧିକାରୀ ଓ ତାଙ୍କର ହାତ ବାରିସ୍ କର୍ମଚାରୀ ସେହି ଗଛ ଓ ମଞ୍ଜି ଗୁଡିକୁ ନିକଟସ୍ଥ ଘରୋଇ ଫାର୍ମ ମାଲିକଙ୍କୁ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି।ଚାଷୀ ମାନଙ୍କୁ ସଚେତନତା ଶିବିର ମାଧ୍ୟମରେ ସଚେତନ କରାଯାଉ ନାହିଁ।କେଉଁ ଜମିରେ କିଭଳି ଫସଲ ହେବା ଆବଶ୍ୟକ ତାହା ଚାଷୀଙ୍କୁ ଜଣାଉ ନାହାନ୍ତି।ପାହାଡିଆ ଅଞ୍ଚଳରେ କାଜୁ ଚାଷ କିପରି ହେଉଛି ତାହା ଅଫିସରଙ୍କୁ ଜଣା। ଛତୁ ଚାଷ ବିଷୟରେ ଉଦ୍ୟାନ ବିଭାଗ ପକ୍ଷରୁ କାହାକୁ ଜଣାଉ ନାହାଁନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।ଜଣେ ଚାଷୀ କିପରି ସରକାରୀ ସହଯୋଗ ପାଇବ ବା ନିଜେ ଖର୍ଚ୍ଚ କରି ଉନ୍ନତି କରିପାରିବ ତାହା ମଧ୍ଯ କେହି ଜାଣି ପାରୁ ନାହାଁନ୍ତି। ଉଦ୍ୟାନ ଅଧିକାରୀ ବିଭାଗୀୟ କାର୍ଯ୍ୟ କରି ପାରୁନାହାଁନ୍ତି କି ଏହାର କାର୍ଯ୍ୟକ୍ରମ କଣ କୌଣସି ପଞ୍ଚାୟତ ରେ ଜଣାଊ ନାହାଁନ୍ତି। ତାଙ୍କ ନିଜ ଇଛା ଅନୁସାରେ ସରକାରୀ କାର୍ଯ୍ଯ କହୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।ଉଦ୍ୟାନ ବିଭାଗ ନାଁ ରେ ବିଭାଗୀୟ ଅଧିକାରୀ ଓ କାନକୁହା କର୍ମଚାରିଙ୍କ ମିଲିଭଗତରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିବାର କଥା ଲୋକଙ୍କ ମଧ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏ ଅଞ୍ଚଳର ଜନସାଧାରଣ ରାଜ୍ୟ ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି।ବଡଚଣା ଉଦ୍ୟାନ ବିଭାଗ ଅଧିକାରୀଙ୍କ ପାଇଁ ବଡଚଣାରେ ଉଦ୍ୟାନ ଏବେ ମରୁଦ୍ୟାନରେ ପରିଣତ ହେବାକୁ ବସିଲାଣି।ପ୍ରଶାସନ ଏହାର ବିଦ୍ଧିବଦ୍ଧ ତଦନ୍ତ କଲେ ଏହାର ସତ୍ୟାସତ୍ୟ ଖୁଲାସା ହେବା ସହିତ ଅଧିକାରୀଙ୍କ ସଚୋଟ ଭାବର ଅସଲ ମୁଖା ଜଣାପଡିବ ଓ ଲୋକଲୋଚନକୁ ଆସିବ।
