ଅଲୋଡା ହୋଇ ପଡ଼ିଛି ଆମ୍ବେଦକର ଛାତ୍ରାବାସ

ଅଲୋଡା ହୋଇ ପଡ଼ିଛି ଆମ୍ବେଦକର ଛାତ୍ରାବାସ ।

ଫୁଲବାଣୀ, କନ୍ଧମାଳ ଜିଲ୍ଲା ର ଏକମାତ୍ର ଅଟୋନୋମସ କଲେଜ ରେ ଛାତ୍ରା ବାସ ସମସ୍ୟା ଦେଖା ଦେଇଛି ।

ଛାତ୍ର ବାସ ଥାଇ ମଧ୍ୟ୍ୟ ଛାତ୍ର ମାନେ ଅଧିକ ଘରଭଡ଼ା ଦେଇ ବାହାରେ ରହୁଛନ୍ତି । ଆମ୍ବେଦକର ଛାତ୍ରାବାସ ଖାଲି ପଡିଛି। ଅତୀତରେ ଏହି ହଷ୍ଟେଲ ରେ ବୌଦ୍ଧ, ସନପୁର ଭଞ୍ଜନଗରର ଛାତ୍ର ମାନେ ରହି ଏହିଠାରେ ପାଠ ପଡୁଥିଲେ ।ମେସବି ଚାଲୁଥିଲା, କେଉଁ କାରଣରୁ ଛାତ୍ର ମାନଙ୍କ ହଷ୍ଟେଲ ବନ୍ଦ ରହିଁଛି ତାହା ଜଣା ପଡୁନାହିଁ । ସୁନ୍ଦର ବିଲ୍ଡିଂ ସମସ୍ତ ପ୍ରକାର ସୁବିଧା ମଧ୍ୟ ରହିଅଛି ।କାହିଁକି କେଜାଣି କଉ ଉଦ୍ଦେଶ୍ୟରେ ଏହି ପୁରାତନ ହଷ୍ଟେଲ କୁ ବନ୍ଦ କରାଯାଇଛି ତାହାର କାରଣ ଜଣାପଡ଼ିନାହିଁ । ଏହି ହଷ୍ଟେଲକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣଲୋକ ଓ ଅଭିଭାବକ ମହଲରେ ଦାବୀ କରାଯାଉଛି।

Leave a Reply

Your email address will not be published. Required fields are marked *