ମହୁଲି ଗାଁରେ ଜଳିଗଲା ଛତୁ ଫାର୍ମ
-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲି ଗାଁରେ ଜଳିଗଲା ଛତୁ ଫାର୍ମ। ଛତୁ ଚାଷୀ ରାକେଶ କୁମାର ସାହୁଙ୍କ ଫାର୍ମରେ ଲାଗିଛି ନିଆଁ। ଫାର୍ମରେ ଥିବା ପ୍ରାୟ ୫ ଲକ୍ଷ ଟଙ୍କାର ପାଳ ନଡା ଜଳିପୋଡି ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କେହି ଦୁର୍ବୁତ୍ତ ନିଆଁ ଲଗେଇ ଦେଇଥିବା ଜଣାପଡିଛି। ଛତୁ ଚାଷ ପାଇଁ ଫାର୍ମରେ ଥିବା ନଡା ଏବଂ ପାଣି ପାଇପ ସହ ଜରି ପାଲ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କ୍ଷତିଗ୍ରସ୍ତ ଛତୁ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
