ପ୍ଲାନେଟୋରିଅମ ପାଚେରୀ ଭୁଷୁଡିପଡିବା ଘଟଣା

ପ୍ଲାନେଟୋରିଅମ ପାଚେରୀ ଭୁଷୁଡିପଡିବା ଘଟଣା

ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ନିର୍ମାଣ ନିର୍ଦ୍ଦେଶ ଦେଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ

ଭୁବନେଶ୍ୱର-ତା. ୦୮.୦୯. ୨୦୨୫-

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ପାଚେରୀ ଭୁଷୁଡିବା ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଟିମ ଦ୍ଵାରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣା ଘଟିବା ବାବଦରେ ସେ ପଚାରି ବୁଝିବା ସହିତ ଭାଙ୍ଗିଥିବା ପ୍ରାଚୀରର ଅଂଶକୁ ତୁରନ୍ତ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଲଗାଣ ବର୍ଷାରେ ପ୍ଲାନେଟୋରିଅମର ଦକ୍ଷିଣ ପାର୍ଶ୍ଵ ସୁରକ୍ଷା ପ୍ରାଚୀରର କିଛି ଅଂଶ ଭାଙ୍ଗି ଯାଇଥିଲା । ଏ ନେଇ ସ୍ଥାନୀୟ ବାସିନ୍ଦା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମନ୍ତ୍ରୀ ଶ୍ରୀ ପାତ୍ର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଉକ୍ତ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଶ୍ରୀମତୀ ପୂଜା ମିଶ୍ର, ବିତ୍ତ ପରାମର୍ଶଦାତା ଶ୍ରୀମତୀ ବିଦ୍ୟୁତ ପ୍ରଭା ରାଉତ, ସୁନାରାମ ମୁର୍ମୁ, ଉପସଚିବ ଶ୍ରୀମତୀ ଊର୍ମିପ୍ରଭା ମହାରଣା, ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଉପ ନିର୍ଦ୍ଦେଶକ ଶଶିକାନ୍ତ ଦାଶ, ଉପସଚିବ ପଙ୍କଜ କୁମାର ସାହୁ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *