ଦେବ ଇଣ୍ଟରନ୍ୟାସନାଲ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ଦୁଇ ଦିନିଆ ୧୨ତମ ବାର୍ଷିକ ଉତ୍ସବର ଶୁଭାରମ୍ଭ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନାସା ବୈଜ୍ଞାନିକ ପ୍ରଫେସର ଡ଼ ଦେବେନ୍ଦ୍ର କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ପଦ୍ମଲତା ଭାଜେ, ସମ୍ମାନିତ ଅତିଥି ଭାବେ ରୋହିତ ଟେକରିୱାଲ, ତଥା ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ଟ୍ରଷ୍ଟି ଡ଼ ପ୍ରସନ୍ନ କୁମାର ସାହୁ ଯୋଗ ଦେବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ , ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ, ସି ସି ଏ ପରିଚାଳକ ବଲବିର୍ ସିଂ ଓ କଲେଜ ଏକାଡେମୀକ କୋର୍ଡିଁନେଟର ଚକ୍ରଧର ପାଣି ଦୀପ ପ୍ରଜ୍ବଳିତ କରିବା ସହ କାର୍ଯ୍ୟକ୍ରମ ଉଦଘାଟିତ କରିଥିଲେ l ମୁଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ବାର୍ଷିକ ଉତ୍ସବ ର ମହତ୍ତ୍ଵ ଓ ନୃତ୍ୟ ଗୀତ ପିଲାଙ୍କ ପାଇଁ କେତେ ଜରୁରୀ ବୋଲି ନିଜ ନିଜର ମତ ଉପସ୍ଥାପନ କରିଥିଲେ l ଏହି ଦିବସରେ ନର୍ସରୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୃତ୍ୟ ଗୀତରେ ଅଂଶଗ୍ରହଣ କରିଥିଲେ l ପିଲା ଠାରୁ ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଖୁବ ଆନନ୍ଦ ଉତ୍ସାହର ସହ ନୃତ୍ୟ ଗୀତର, ନାଟକର ମଜା ଉଠାଇଥିଲେ l ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l
ଯାଜପୁର କଳିଙ୍ଗନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
