ଦେବ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ

ଦେବ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ Ecstasy – 2025ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ଦୁଇ ଦିନିଆ ୧୩ତମ ବାର୍ଷିକ ଉତ୍ସବର ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମ୍ ହସ୍ପିଟାଲ ଭୁବନେଶ୍ଵର ର ପ୍ରଫେସର Doctor ଅରକ୍ଷିତା ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ (ଗ୍ଲୋବାଲ ସ୍ପିକର, ଏକାଡେମୀ କଂଶଲ୍ଟାଣ୍ଟ ମୁମ୍ବାଇ) ର Doctor ସାଗରିକା ରୟ ଭାଟିଆ, ତଥା ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ଟ୍ରଷ୍ଟି Doctor ପ୍ରସନ୍ନ କୁମାର ସାହୁ ଯୋଗ ଦେବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ମୂଖ୍ୟ ପ୍ରଶାସନିକ ଅଧିକାରୀ ତଥା ପ୍ରିନ୍ସିପାଲ ନିର୍ମଳ କୁମାର ରଣା, ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ, ସି ସି ଏ ପରିଚାଳକ ବଲବିର୍ ସିଂ, ଉପପ୍ରଧାନାଚାର୍ୟ ଆର ଏନ ରୟତସିଂ, ଓ କଲେଜ ଏକାଡେମୀକ କୋର୍ଡିଁନେଟର ଚକ୍ରଧର ପାଣି ଦୀପ ପ୍ରଜ୍ବଳିତ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ l

ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ ବିଦ୍ୟାଳୟ ସମ୍ବନ୍ଧରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ବାର୍ଷିକ ଉତ୍ସବ ର ମହତ୍ତ୍ଵ ଓ ନୃତ୍ୟ ଗୀତ, କରାଟେ ପିଲାଙ୍କ ପାଇଁ କେତେ ଜରୁରୀ ବୋଲି ନିଜ ନିଜର ମତ ଉପସ୍ଥାପନ କରିଥିଲେ l ଏହି ଦିବସରେ ନର୍ସରୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୃତ୍ୟ ଗୀତରେ ଅଂଶଗ୍ରହଣ କରିଥିଲେ l ପିଲା ଠାରୁ ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଖୁବ ଆନନ୍ଦ ଉତ୍ସାହର ସହ ନୃତ୍ୟ ଗୀତର, ନାଟକ କୃଷ୍ଣ ଲୀଳାର ମଜା ଉଠାଇଥିଲେ l ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *