ଏସ, ଭି, ଏମ ମହାବିଦ୍ୟାଳରେ ବିକଶିତ ଭାରତ ଯୁବ ସଂସଦ ୨୦୨୬,କାର୍ଯ୍ୟକ୍ରମ ଅନୁଷ୍ଠିତ l
ଜଗତସିଂହପୁର – ୨୬. ୨.- ଜଗତସିଂପୁର ଜିଲ୍ଲାର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଜୁ ପଟ୍ଟନାୟକ ସଦନରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ଜୀଲ୍ଲାର ଅନ୍ୟ ମହାବିଦ୍ୟାଳୟର ୧୮ ବର୍ଷରୁ ଉର୍ଦ୍ଧ ଯୁବ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେବିକଶିତ ଭାରତ ଗଠନରେ ସେମାନଙ୍କର ଭୁମିକା ଓ ଦେଶ ର ସାମ୍ବିଧାନିକ ଚିନ୍ତାଧାରା ସମ୍ପର୍କରେ ସେମାନଙ୍କ ମତାମତକୁ ନେଇ ବିତର୍ଜର କାର୍ଯ୍ୟ କ୍ରମ ରହିଥିଲା l କିନ୍ତୁ ବିଡମନା ର ବିଷୟ ଅନ୍ୟ କୌଣସି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ପୁର୍ଣ ଭାବରେ ଯୋଗଦେଇପାରିନଥିଲେ l ଯୋଗ ନଦେଇପାରିବ ସମ୍ପର୍କରେ ଏସ, ଭି, ଏମ, ମହାବିଦ୍ୟାଳୟର ଅଧ୍ୟ ଖ୍ୟା ଡ଼ଃ ଶ୍ରୀମତୀ ସୁଜାତା ଓତା କୁହନ୍ତି କି ପରୀକ୍ଷା ଚାଲିଥିବାରୁ ଅନ୍ୟ କଲେଜର ପିଲାମାନେ ଯୋଗଦେଇପାରିନାହାନ୍ତି l ଯୋଗନଦେବା ସମ୍ପର୍କରେ ଏସ, ଭି, ଏମ, ମହାବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ ଶୁଭେନ୍ଦୁ ମୌଳି ନନ୍ଦ କୁହନ୍ତି ସରକାରଙ୍କ ଚିଠିକୁ ଆମେ ସବୁ କଲେଜକୁ ଇ ମେଲ କରିଦେଇଛୁ ସେମାନେ ନଆସିଲେ ଆମକୁ କିଛି ଫରକ ପଡିବ ନାହିଁ l ଶ୍ରୀଯୁକ୍ତ ନନ୍ଦଙ୍କ ଏଭଳି ଉତ୍ତର ଗଣମାଧ୍ୟମ ଓ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନଙ୍କୁ ବ୍ୟଥିତ କରିଥିଲା, ସେମାନେ କୁହନ୍ତି ଧରାବନ୍ଧା ଅତିଥି ତାଙ୍କ ( ଅତିଥି ଶୁନ୍ୟ ମଞ୍ଚ )ମଞ୍ଚରେ ଅତିଥି ମାନଙ୍କ ଶୁନ୍ୟ କାଳ ସମ୍ପର୍କରେ କୁହନ୍ତି ଯେ ନିମତ୍ରୀନ୍ତ କରାଯାଇଥିଲା ଆସି ନାହାଁନ୍ତି, ଧାରବନ୍ଧା ଭାବେ ନିଜ କଲେଜର କେତେକ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ମଞ୍ଚାସିନ କରାଇଥିଲେ, ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଥିଲା, ମଞ୍ଚରେ ନମ ଫଳକ ଜଣକର, ବସିଛନ୍ତି ଅନ୍ୟଜଣେ, ଯାହାକୁ ନେଇ ଛାତ୍ର, ଛସ୍ତ୍ରୀ ମାନଙ୍କ ମଧ୍ୟରେ କୋୖ ତୁହଳ ସୃଷ୍ଟି ହୋଇଥିଲା l ଯୁବ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ବିତର୍କରେ ତିରିଶ ଜଣ ପଞ୍ଜିକୃତ କରିଥିବା ବେଳେ ଉପସ୍ଥିତ ଥିଲେ ୭ / ୮ ଜଣ, ସ୍ୱାହା ସ୍ୱାହାରେ ବିତର୍ଜ ଶେଷ l କାର୍ଯ୍ୟ କ୍ରମ ଆରମ୍ଭରେ ଜାତୀୟ ସଂଗୀତ ଦୂର ଶ୍ରବଣରେ ବଜାଯାଇଥିଲା, ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ମଞ୍ଚ ମଣ୍ଡନ କରିଥିବା ଅତିଥି ମାନଙ୍କ ମଧ୍ୟରେନୃସିଂହ ଚରଣ ସାମନ୍ତରାୟ, ଶୁଭେନ୍ଦୁ ମୌଳି ନନ୍ଦ, ପ୍ରମୋଦ ରଂଜନ ଦାଶ, ଶ୍ରୀମନ୍ତୀ ବିଜୟିନୀ ପତିହାରି ଓ ଯତୀନ୍ଦ୍ରିୟ ପରମାଣିକ l ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏସ, ଭି, ଏମ, କଲେଜର ଅଧ୍ୟାପକ, ଅମୃତାୟନ ପ୍ରିୟଦର୍ଶନ, ରଶ୍ମି ରଞ୍ଜନ ସେଠୀ, ଅଧ୍ୟାପିକା ଏଲିନା ପ୍ରିୟଦର୍ଶିନୀ, ଡ଼ଃ ଜ୍ୟୋତ୍ରୀମୟୀ ଦାସ, ଲିପ୍ସିତା ମହାନ୍ତି, ବିଦ୍ୟୁତପ୍ରଭା ଦାସ, ଓ ଶ୍ରୀଧର ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ l
