ଉନ୍ନୟନ ବିଭାଗ ପକ୍ଷରୁ ନୂତନ ରାସ୍ତା ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

ଯାଜପୁର ଜିଲ୍ଲା କୋରେଇ ବ୍ଲକ ତାଲୁଗାଁ ଛକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ରାସ୍ତା ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ତାଲୁଗାଁ ଠାରୁ ଛୋଟରାୟପୁର ପର୍ଯ୍ୟନ୍ତ ଆର.ଡି. ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା l ଏହି ରାସ୍ତାର ନିର୍ମାଣ ପାଇଁ ଗ୍ରାମବାସୀ ମାନେ ବିଧାୟକଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଦୀର୍ଘ ଦିନ ହେବ ଦାବୀ କରିଆସୁଥିଲେ l ଏହି ଦାବିକୁ ଦୃଷ୍ଟି ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାର ନିର୍ମାଣ ପାଇଁ ପାଖାପାଖି ୩ କୋଟି ୧୨ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା l ଏହି ପରିପେକ୍ଷିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଶିଳାନ୍ୟାସ ଉତ୍ସବରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ନଡ଼ିଆ ବାଡେଇ ଶିଳାନ୍ୟାସ କରିଥିଲେ l ଏଥିସହିତ ଏହି ରାସ୍ତା କାର୍ଯ୍ୟ ଶେଷ ହେଲେ ପାଖାପାଖି ୩ଟି ଗାଁର ଜନସାଧାରଣ ଉପକୃତ ହେବା ସହ ରସୁଲପୁର ବ୍ଲକ ଓ କୋରେଇ ବ୍ଲକ ମଧ୍ୟ ରେ ଗମନାଗମନ ସୁବିଧା ହୋଇପାରିବ ବୋଲି ବିଧାୟକ ଶ୍ରୀ ଦାସନାୟକ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ଓ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *