ବିକାଶ ମେଳା ବିକଶିତ ଓଡ଼ିଶା -୨୦୩୬

ବିକାଶ ମେଳା ବିକଶିତ ଓଡ଼ିଶା -୨୦୩୬୧୩.୦୬.୨୦୨୫ନୟାଗଡ଼ ଆଜି ନୟାଗଡ଼ ଜିଲ୍ଲାର ଷ୍ଟାଡିୟମ ଠାରେ ରେ ବିକଶିତ ମେଳାର ସମାରୋହ ଦ୍ୱିତୀୟ ଦିନରେ ସଧ୍ୟା ୬.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ-ଜିଲ୍ଲାପାଳ କର୍ଣ୍ଣଦେଵ ସମାଦାର ସ୍ୱ।ଗତ ଭାଷଣ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେସମ୍ମାନିୟ ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ନୟାଗଡ଼,ଇ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ ।ସମ୍ମାନିତ ଅତିଥି ଭାବେ ସମ୍ମାନୀୟା ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନିୟା ଅଞ୍ଜଳି ମାଛକୁଣ୍ଡ, ସମ୍ପାଦିକା,ଡି.ଏଲ.ଏସ.ଏଯୋଗଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ଅଭ୍ୟର୍ଥନା କରାଯାଇଥିଲା । ସମ୍ମାନୀୟ ଉପ-ଜିଲ୍ଲାପାଳ ସ୍ୱ।ଗତ ଭାଷଣ ରେ ସପ୍ତାହେ ବ୍ୟାପି ସରକାର ଙ୍କର ବିଭିନ୍ନ ଯୋଜନା ବିକାଶ ମେଳା ମାଧ୍ୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଭିତରେ ବହୁତ ବିକାଶ ହୋଇସାରିଛି ।୨୦୩୬କୁ ଓଡ଼ିଶା ର ସ୍ୱପ୍ନ ର ଯୋଜନା ର ଫଳପ୍ରଦ ହେବ ଏବଂ ପ୍ରଗତି ପଥରେ ଆଗେଇ ନେବାକୁ ଆଜିର କାର୍ଯ୍ୟକ୍ରମ ।

ସେହିପରି ସମ୍ମାନୀୟା ଅଧ୍ୟକ୍ଷା ପୋରପରିଷଦ ବକ୍ତବ୍ୟରେ କହିଲେ ଯେ ଓଡ଼ିଶା କିପରି ବିକାଶ ଦିଗରେ ଶିର୍ଷରେ ପହଞ୍ଚିବ ସେଥିପାଇଁ ସମସ୍ତ ପ୍ରଶାସନିକ ଅଧିକାରୀ, ସମସ୍ତ ଜନସାଧାରଣ ଙ୍କର ସହଯୋଗ ଆବଶ୍ୟକ । ଏହାପରେ ନାରୀ ସଶକ୍ତିକରଣ ଉପରେ ସମ୍ମାନୀୟା ଅଞ୍ଜଳି ମାଛକୁଣ୍ଡ ପ୍ରାରମ୍ଭରେ ସରସ୍ଵତୀ ଙ୍କ ବନ୍ଦନା କରି ନାରୀ ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିଥିଲେ।ମୁଖ୍ୟଅତିଥି ସମ୍ମାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବକ୍ତବ୍ୟ ରେ ନାରୀମାନେ ସଶକ୍ତ ନହେଲେ, ନାରୀ ମାନଙ୍କୁ ଦମନ କରିବା ଵେଳେ ସମାଜର ଅଧୋଗତି ହୁଏ। ବିକଶିତ ଓଡ଼ିଶା ପାଇଁ ସରକାର ଙ୍କ ଯୋଜନା ତଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ପଚାରିଲେ ତାହା ‌ସାକାର ହୋଇପାରିବ । କଥାରେ ଅଛି ମହାଦାନୀ କିନ୍ତୁ ପ୍ରକୃତରେ ମହାଦାନୀ ହେଉଛି “ମା”.ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱ।ରା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ତହସିଲଦାର ,ନୟାଗଡ଼ ,ତରୁଣ କୁମାର ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।

Leave a Reply

Your email address will not be published. Required fields are marked *