ଶ୍ରୀମନ୍ଦିରରେ ଟଳିପଡିଲେ ଭକ୍ତ

ଜଗା ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ l ଜଗା ଦର୍ଶନ ପାଇଁ କାହିଁ କେତେ ଦୂର ଆସିଥାନ୍ତି ଭକ୍ତ । ପୁରୀ ଯିବେ ଜଗା ଦର୍ଶନ କରିବେ । ବେଳାଭୂମି ବୁଲିବେ, ଆଉ ଘରକୁ ଫେରିବେ। ହେଲେ ସବୁ ସ୍ୱପ୍ନ ପାଣି ଫଟକା ହୋଇ ଉଭେଇ ଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶ୍ରୀମନ୍ଦିରରେ l ନୂଆଦିଲ୍ଲୀର ୭୬ ବର୍ଷୀୟ ମୁଲଚାନ୍ଦ ଗୁପ୍ତା ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପରିବାର ସହ ପୁରୀ ଆସିଥିଲେ l ମହାପ୍ରଭୁଙ୍କ ଦର୍ଶନ ପାଇଁ ସାତପାହାଚ ଦେଇ ଯାଉଥିବା ସମୟରେ ଅତ୍ୟଧିକ ଗହଳି ଯୋଗୁ ହଟାତ ସେ ତଳେ ପଡିଯାଇଥିଲେ l ପରିବାର ଲୋକେ ସଙ୍ଗେ ସଙ୍ଗେ ମୂଲଚାନ୍ଦଙ୍କୁ ପୁରୀ ସଦର ମୁଖ୍ୟ ଚିକିର୍ସାଳୟରେ ଭର୍ତ୍ତି କରାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁମ୍ଭାରପଡା ଥାନା ପୋଲିସ ଏକ ଅପମୁର୍ତ୍ତୃ ମାମଲା ରୁଜୁ କରି ମୂଲଚାନ୍ଦଙ୍କ ମୃତଦେହ ବ୍ୟବଛେଦ କରାଇଛି |

Leave a Reply

Your email address will not be published. Required fields are marked *