ଦୀର୍ଘ ୬ ବର୍ଷ ହେବ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଦର୍ଶନରୁ ବଂଚିତ ରହିଛନ୍ତି

ଦୀର୍ଘ ୬ ବର୍ଷ ହେବ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଦର୍ଶନରୁ ବଂଚିତ ରହିଛନ୍ତି ।ରୋଷଘର କାର୍ଯ୍ଯ ମରାମତି ବାହାନାରେ ଭକ୍ତଙ୍କୁ ମନ୍ଦିର ଭିତରକୁ ନଛାଡି କେବଳ ଦୁଆର ମୁହଁରୁ ଫେରୁଛନ୍ତି ଭକ୍ତ ।ତେବେ ଏଯାବତ ଗୁଣ୍ଡିଚା ମନ୍ଦିର ଦୁଆରୁ କୋଟିଏ ଭକ୍ତ ଫେରିଲେଣୀ ବୋଲି କହିଛନ୍ତି ସେବାୟତ ।ସେପଟେ କୋଭିଡ ସମୟରୁ ବନ୍ଦ ରହିଥିବା ବେଳେ ଚଳିତବର୍ଷ ରଥଯାତ୍ରା ପରେ ଖୋଲିବାକୁ ମୁଖ୍ଯମନ୍ତ୍ରୀ ନିଜେ କହିଥିବା ବେଳେ ଏଯାବତ କାହିଁକି ଖୋଲିଲା ନାହିଁ ତାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ।ତେବେ ପୂର୍ବରୁ ଯେଭଳି ନିଲାମ ଦେଇ ଚାଲୁଥିଲା ଏବେ ପୁଣି ସେହିଭଳି କରାଗଲେ କୋଟିକୋଟି ଟଙ୍କା ବର୍ଷକୁ ମନ୍ଦିରର ଆୟ ହେବା ସହ ଭକ୍ତମାନେ ସୁଖଦ ଅନୁଭୁତି ନେଇ ଫେରିବେ ବୋଲି ମତ ପ୍ରକାଶ ପାଇଛି ।ତେବେ ଖୁବଶୀଘ୍ର ପରିଚାଳନା କମିଟିରେ ଆଲୋଚନା କରି ରୋଷଘର ମରାମତି କାମ ସରିବା ପରେ ଭକ୍ତଙ୍କ ପ୍ରବେଶ ମିଳିବ ବୋଲି କହିଛନ୍ତି ଜିଲାପାଳ । ଭିଓ- କେବେ ଭକ୍ତଙ୍କ ପ୍ରବେଶ ପାଇଁ ଖୋଲିବ ମହାପ୍ରଭୁଙ୍କ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର???କୋଭିଡ ସମୟରୁ ବନ୍ଦ କରାଯାଇଥିବା ବେଳେ ଏଯାବତ ଦାର୍ଘ ୬ ବର୍ଷ ହୋଇଗଲାଣୀ ଭକ୍ତମାନେ ଗୁଣ୍ଡିଚା ମନ୍ଦିରର ଦର୍ଶନରୁ ବଂଚିତ ହେଉଛନ୍ତି ।ତେବେ ମାର୍ଚ୍ଚ ମାସରେ ଗଜପତିଙ୍କ ଅଧ୍ଯକ୍ଷତାରେ ସଂସ୍କୃତି ଉପଦେଷ୍ଟା ମଣ୍ଡଳୀ ଗୁଣ୍ଡିଚା ମନ୍ଦିର କାର୍ଯ୍ଯର ସମୀକ୍ଷା କରିବା ପରେ ରଥଯାତ୍ରା ପରେ ଭକ୍ତଙ୍କ ପାଇଁ ଖୋଲିବ ବୋଲି ଗଜପତି କହିଥିବା ବେଳେ ରଥଯାତ୍ରା ଶେଷ ସମନ୍ୱୟ କମିଟି ବୈଠକରେ କହିଥିଲେ ମୁଖ୍ଯମନ୍ତ୍ରୀ ।ହେଲେ ଏଯାବତ ଗୁଣ୍ଡିଚା ମନ୍ଦିର ଭିତର କାର୍ଯ୍ଯ ସରିନଥିବାରୁ ତାହାକୁ ଖୋଲୁନାହାନ୍ତି ପ୍ରଶାସନ ।ଯାହା ଫଳରେ ପୁରୀକୁ ଆସୁଥିବା ଭକ୍ତ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ଜନ୍ମବେଦୀ ଦର୍ଶନ ନ କଲେ ଶ୍ରୀକ୍ଷେତ୍ର ଯାତ୍ରା ସମ୍ପୁର୍ଣ୍ଣ ହୁଏନି ବୋଲି ବିଶ୍ୱାସ ରହିଛି ।ତେଣୁ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ କ୍ଷେତ୍ରପାଳ ଶ୍ରୀନୃସିଂହ , ପଂଚତୀର୍ଥ ଇନ୍ଦ୍ରଦ୍ଯୁମ୍ନ ଓ ମନ୍ଦିର ସମ୍ମୁଖ ଶରଧାବାଲି ସହ ଗୁଣ୍ଡିଚା ମନ୍ଦିରରେ ଜନ୍ମବେଦୀ ଦେଖିଲେ ତାର ଦର୍ଶନ କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।ତେଣୁ ପ୍ରତିଦିନ ଭକ୍ତଟିଏ ଆଗ୍ରହରେ ଆସୁଥିଲେ ହେଁ ଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବାରୁ ଦ୍ୱାର ମୁହଁରୁ ଫେରିବାକୁ ବାଧ୍ଯ ହେଉଛି ।ତେଣୁ ବର୍ଷବର୍ଷ ଧରି ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ନମିଳିବାରୁ ଉଭୟେ ଯାତ୍ରୀ , ସେବାୟତ ,ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ଯକ୍ତ କରୁଛନ୍ତି । ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗ ଆଲୋଚନା କରିବାକୁ କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର। ବାଇଟ1-ଭକ୍ତ ବାଇଟ2-ଭକ୍ତ ବାଇଟ3-ଭକ୍ତବାଇଟ4-ବିନାୟକ ଦାସ ମହାପାତ୍ର , ବରିଷ୍ଠ ସେବାୟତ ଭିଓ- ଶ୍ରୀଗୁଣ୍ଡିଚା ମନ୍ଦିରର କଳେବର କରିବା ନେଇ ଗତ ଦୁଇବର୍ଷ ହେବ ମନ୍ଦିର ଭିତରେ ଅନେକ ସୌନ୍ଦର୍ଯ୍ଯପୁର୍ଣ୍ଣ କାର୍ଯ୍ଯ କରାଯାଇଛି ।ରଥଯାତ୍ରା ବେଳେ ଭକ୍ତମାନେ ପ୍ରବେଶ କରି ବେଶ୍ ଖୁସି ହେଇଥିଲେ ।ଆଉ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିର ଭିତର ରୋଷଘର ଚୁଲି ମରାମତି ଆଦି କାର୍ଯ୍ଯ ଚାଲୁରହିଛି ।ପୁଣି ଚଳିତ ମାର୍ଚ୍ଚ ୧୩ରେ ଶ୍ରୀମନ୍ଦିର ପ୍ରଶାସନର ସଂସ୍କୃତି ଉପଦେଷ୍ଟା କମିଟି ଗଜପତିଙ୍କ ଅଧ୍ଯକ୍ଷତାରେ ଆସି ଗୁଣ୍ଡିଚା ମନ୍ଦିର କାର୍ଯ୍ଯର ସମୀକ୍ଷା କରିଥିଲେ ।ସେଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଚତୁର୍ପାର୍ଶ୍ୱ ସହିତ ଗୁଣ୍ଡିଚା ମନ୍ଦିର,ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟରର ଚାଲିଥିବା କାର୍ଯ୍ୟର ସମୀକ୍ଷା ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,, ଉପମୁଖ୍ୟ ପ୍ରଶାସକ,,ସଂସ୍କୃତି ଉପଦେଷ୍ଟା କମିଟିର ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ସହ ନିର୍ମାଣଧୀନ ପ୍ରକଳ୍ପ ବୁଲି ଦେଖିବା ସହ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଦିଆଯିବ ବୋଲି କହିଥିଲେ । ତେବେ କାହିଁକି ଏତେଦିନ ହେଲା ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ।ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରିବା ସହ ରୋଷଘର କାମ ସରିଲେ ଏହା ଉପରେ ଏକ ଏସଓପି ଆଣି ମନ୍ଦିର ଖୋଲାଯିବ ବୋଲି କହିଛନ୍ତି ଜିଲାପାଳ ।ବାଇଟ5-ରଘୁନାଥ ଗୋଛିକାର , ବରିଷ୍ଠ ସେବାୟତ ବାଇଟ6-ଦିବ୍ଯଜ୍ଯୋତି ପରିଡା , ଜିଲାପାଳ ଫାଭିଓ- ତେବେ ଆସନ୍ତା ପରିଚାଳନା କମିଟିରେ ଗୁଣ୍ଡିଚା ମନ୍ଦିର ପ୍ରସଙ୍ଗରେ ଆଲୋଚନା ହେବାପରେ ଏହା କେବେ ଖୋଲିବ ତାହାକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *