ନେଟୱାର୍କ ପାଇଁ ଡିଜିଏମ ଓ ଏସଡ଼ିଓଙ୍କୁ ଅଟକ ରଖିଲେ ସୁବର୍ଣ୍ଣଗିରି ଗ୍ରାମବାସୀ
ନେଟୱାର୍କ ପାଇଁ ଡିଜିଏମ ଓ ଏସଡ଼ିଓଙ୍କୁ ଅଟକ ରଖିଲେ ସୁବର୍ଣ୍ଣଗିରି ଗ୍ରାମବାସୀ । କନ୍ଧମାଳ ତା ୨୦/୦୨/୨୦୨ ବାଲିଗୁଡା ସବ୍ ଦିବିଜନ୍ କୋଟଗଡ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣ ଗିରି ପଂଚାୟତ ରେ ୧୮.୦୨.୨୦୨୫ ରିଖ ଦିନ ଅପରାହ୍ନ ୪.୩୦ସମୟରେ ଡ଼ିଜିଏମ ଫୁଲବାଣୀ, ଏସଡ଼ିଓ ବାଲିଗୁଡା ରୁ ନେଟୱର୍କ କାମ ଦେଖିବା ପାଇଁ ଆସିଥିବା ବେଳେ ସୁବର୍ଣ୍ଣଗିରି ଠାରେ ଗ୍ରାମବାସୀ ମାନେ ଘେରାଉ କରି ବିଏସଏନଲ ଟାୱାର ଅଫିସ ଭିତରେ ତାଲା ପକାଇ ଅଟକ ରଖିଥିଲେ।ଗ୍ରାମବାସୀମାନେ କହିବା ଅନୁଯାଇ ୨୦୧୬ ମସିହାରେ ବିଏସଏନଲ ନେଟ ୱାର୍କ ବସିଛି ସତ କିନ୍ତୁ ମାସିକ ଗଟେ ଦିନ କିମ୍ବା ଦୁଇ ଦିନ ରହେ ସେ ମଧ୍ୟ ଠିକ ଭାବରେ ରହେନାହିଁ। ଅନଲାଇନ କାମ ମଧ୍ୟ ଠିକ ଭାବରେ ହେଇପାରେନି।ଦୀର୍ଘ ୮ ମାସ ରୁ ଉର୍ଦ୍ଧ ହେବ ବିଏସଏନଲ ନେଟ ୱାର୍କ ନାହିଁ ଜାହାରୀ ଫଳରେ ଗ୍ରାହକ ହନ୍ତ ସନ୍ତ ହୁଅନ୍ତି ଏବଂ ୨୫ ରୁ ଉର୍ଦ୍ଧ ଗ୍ରାମବାସି ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ସୁବର୍ଣ୍ଣଗିରି ପଂଚାୟତ ର ସୁବର୍ଣ୍ଣଗିରି, ପାଜିକେରି, ଯାକେଶୀ, ବାଣ୍ଡିଗୁଡା, ରାମନିଗୁଡା, ଭୀଷ୍ମଗିରି, କାମ୍ବର ପଙ୍ଗା, ଲୁଦୁ, କୁଟିଗୁଡା, ଗାଜିନାଜୁ, ମୁଚଡ଼ି, ବୁଡୁକି, କହମଗୁଡା ୨୫ରୁ ଉର୍ଦ୍ଧ ଗ୍ରାମର ଗ୍ରାମବାସୀମାନେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ଲୋକସଂଖ୍ୟା ପ୍ରାୟ ୭୦୦୦ରୁ ଉର୍ଦ୍ଧ ହେବ। ଲୋକଙ୍କ ମୁଖ୍ୟ ସମସ୍ୟା ହେଲା ଡାକ୍ତର ଖାନା ରେ ୧୦୨, ୧୦୮ ଆମ୍ବୁଲାନ୍ସ ଅଛି ସତ କିନ୍ତୁ ନେଟୱର୍କ ନଥିବାଯୋଗଗୁଁ ଯୋଗା ଯୋଗ ହେଇପାରୁନାହିଁ।ଗର୍ଭବତୀ ମହିଳା ଓ ରୋଗୀକୁ ଡାକ୍ତର ଖାନାକୁ ନେବାକୁ ଫୋନ ଫାନ ହେଇ ପାରୁନି ଗର୍ଭବତୀ ମହିଳା ରୋଗୀ ମଧ୍ୟ ଡାକ୍ତର ଖାନା ନଯାଇ ଅଧାବାଟରେ ମୃତୁ ବରଣ କରନ୍ତି।ଏହି ନେଟୱର୍କ ସମସ୍ୟା ନେଇ ଫୁଲବାଣୀ ଡିଜିଏମ ଓ ବାଲିଗୁଡା ଏସଡ଼ିଓ ଙ୍କୁ ବାରମ୍ବାର ଅବଗତ କରିଥିଲେ ତଥାପି କୌଣସି କାର୍ଯ୍ୟ କାରି ହେଇପାରିଲାନାହିଁ।ଏଣୁ ବାଧ୍ୟ ହୋଇ ସୁବର୍ଣ୍ଣଗିରି ପଂଚାୟତ ବାସିନ୍ଦା ଘେରାଉକାରୀ ଅଟକ ରଖିଥିଲେ। ଗ୍ରାମବାସୀ କହିବା ଅନୁଯାଇ ବିଏସଏନଲ ନେଟ ୱାର୍କ ଠିକ ଠାକ ଯଦି ରହେନି ତାହେଲେ ଆନ୍ଦଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମବାସୀ ବୃନ୍ଦ ଅଭିଯୋଗ କାରି ଯଥା ପରାଶର ପାଟମାଝି, (ପାହାଡି ସଂଗ୍ରାମ ମଞ୍ଚ ର ସଭାପତି ), ସଦେଶ୍ୱର ପାଟମାଝି,ସୁବଳ ବାଗାନାୟକ, ପଞ୍ଚଦେବ ପାଟଗୁରୁ, ବସନ୍ତ ପାଣିଗ୍ରାହୀ, ହରି ହର ବାଡ଼ତିଆ,ସରୋଜ ପାଟମାଝି, ମାନସ ବାଡ଼ତିଆ,ଅରବିନ୍ଦ କୁମାର ନାୟକ, ମନ୍ମଥ ପ୍ରଧାନ, ଦେବଶ୍ୟ ବଳିୟାର ସିଂ, ଲୋଖୁଣ ବାଗାନାୟକ, ଆଦିତ୍ୟ ପ୍ରଧାନୀ, ଅମୟ ବଡସେଟ, ଭିଲେନ ପାଟମାଝି, ସଲମନ ପାଟମାଝି, ସୁମନ୍ତ ବଡନାୟକ, ଲଳିତ ବଟକର, କୀର୍ତନ ବିନ୍ଧାଣି, ହରିଚନ୍ଦ୍ର ପାତ୍ର ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
