ଭଦ୍ରକରେ ପୁଣି ଧଳାଜହର ଜବଦ ,ତିନି ଗିରଫ

ଭଦ୍ରକ: ଭଦ୍ରକରେ କମିବାରେ ନା ଧରୁନି ବ୍ରାଉନ ସୁଗାର ବେପାର। ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରେ କୋଭିଡ ନିୟମ ଓ ହେଲମେଟ ଚେକିଂ ଚାଲିଥିବା ସମୟରେ ବାଲେଶ୍ଵର ପଟୁ ଆସୁଥିବା ଏକ ବାଇକ ରେ ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଚେକିଂ କରିବା ସମୟରେ ତାଙ୍କ ନିକଟରୁ ୩୧୬ ଗ୍ରାମ୍ ବ୍ରାଉନ ସୁଗାର, ନଗଦ ୪୦୦ ଟଙ୍କା , ଆଧାର କାର୍ଡ ଓ ମୋବାଇଲ ଫୋନକୁ ଜବତ କରିଛି ପୁଲିସ। ଜଣେ ମହିଳା ସମେତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ଥାନା ପୋଲିସ । ଗିରଫ ଚୋରା ବେପାରୀ ହେଲେ ଚରମ୍ପା ବଉଳ ପୋଖରୀ ଗାଁର କପିଳ ମଲ୍ଲିକ(୨୨)ବର୍ଷ ଓ ଧନେଶ୍ୱର ମଲ୍ଲିକ(୨୬)ବର୍ଷ ଏବଂ ଯାଜପୁର ଜିଲ୍ଲା ବଡ଼ଚଣାର ସୂଂଗୁଡ଼ା ଗାଁର ଶ୍ରୀମତୀ ଟୁନି ନାୟକ (୩୩) ବର୍ଷ । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ କେଉଁଠାରୁ ବ୍ରାଉନ ସୁଗାର ଆସୁଛି ଅଧିକ ତଦନ୍ତ କରୁଛି ପୁଲିସ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା।

Leave a Reply

Your email address will not be published. Required fields are marked *