ଧାମନଗର:ଜାତୀୟ ଯୁବ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ
ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ରେସ୍ତୁରାଣ୍ଟ, ହାପି କ୍ଳବ ଓ ଧାମନଗର ସେବା ସଂଗଠନ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଧାମନଗର ଦକ୍ଷିଣବାଡ଼ ବଡ଼ପୋଲ ନିକଟସ୍ଥ ରାଧାମାଧବ ରେସ୍ତୁରାଣ୍ଟ ରେ ଅନୁଷ୍ଠିତ ହୋଇଯାଇଛି, ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡେଂଟିଷ୍ଟ ଡା କାମିନୀ ମାଝୀ ଅତିଥି ଭାବେ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ, ଧାମନଗର ପ୍ରେସ କ୍ଳବ ର ସଭାପତି ବାସୁଦେବ ତ୍ରିପାଠୀ, ଶିକ୍ଷାବିତ ମହେଶ୍ୱର ସ୍ୱାଇଁ, ସୁରେନ୍ଦ୍ର ସେଠି,ସାମ୍ବାଦିକ ପ୍ରମୋଦ ସ୍ୱାଇଁ, କୈଳାଶ ଗୁପ୍ତା ସନମାନିତଅତିଥି ଭାବେ ଯୋଗଦେବା ସହ ହାପି କ୍ଲବ ର ପ୍ରିୟବ୍ରତ ରାଉତ, ସତ୍ୟବ୍ରତ ଜେନା, ଇତିଶ୍ରୀ ଦାସ, ଓଡିଶା ଆସୋସିଏସନ ଅଫ ସେଫ ସୋସାଇଟି ର ଉପସଭାପତି ମଳୟ ବେହେରା, ସମ୍ପାଦକ ଅଭିଷେକ ପାଣିଗ୍ରାହୀ, ଧାମନଗର ସେବା ସଂଗଠନ ର ସଂଜୟ ସ୍ୱାଇଁ, ସୁଶାନ୍ତ ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,
ରିପୋର୍ଟ- ଭଦ୍ରକରୁ ପୁନିଲ କୁମାର ସାମନ୍ତ।
