ଧାମନଗର: ବିଜେପିର ଯୁବ ମିଶ୍ରଣ ପର୍ବ ଅନୁଷ୍ଠିତ।
ଆଗକୁ ପଞ୍ଚାୟତ ନିର୍ବାଚନ। ନେତା ଠାରୁ ଯୁବ ନେତା ସବୁ ହୋଇ ଉଠିଛନ୍ତି ସକ୍ରିୟ। ତେବେ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେହୁଡିି ଆନନ୍ଦ ପୁର ପଞ୍ଚାୟତ ରେ,ଯୁବମୋର୍ଚ୍ଚା ର ସଭାପତି ରଞ୍ଜିତ ସାହୁ ଙ୍କ ସଭାପତିତ୍ବ ରେ ଦେହୁଡ଼ି ଆନନ୍ଦ ପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଯୁବ ସଂଗଠନ ଗଠନ କରାଯିବା ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅଥିତି ଭାବେ ଯୋଗଦେଇଥିଲେ ବିଧାୟକ ଙ୍କ ପୁତ୍ର ତଥା ଯୁବନେତା ସୁରଜ୍ ସୂର୍ଯ୍ୟବଂଶୀ, ଅନ୍ୟ ଅଥିତି ମାନଙ୍କ ମଧ୍ୟରେ ଆନନ୍ଦ ପୁର ର ସରପଞ୍ଚ ବିଜୟ କୁମାର ଦାସ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପତି,ବରିଷ୍ଠ ଆଇନ ଯିବି ରଞ୍ଜିତ ମହାନ୍ତି,ମୁକୁନ୍ଦଦେବ ମଣ୍ଡକ ର ସଭାପତି ଅରବିନ୍ଦ ପତି, ସମାଜ ସେବୀ ନାରାୟଣ ପୃଷ୍ଟି,ପ୍ରମୋଦ ଅନ୍ଦିଆ ,ବୃନ୍ଦାବନ ମହାନ୍ତି ପ୍ରମୁଖ ଗୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଯୁବ ସଂଗଠନ ର ଆବାହକ ହରେକୃଷ୍ଣ ରଣା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ତେବେ ଆକାଶ ପୁଷ୍ଟି,କମଳାକାନ୍ତ ପତି ,ବିକାସ ପୃଷ୍ଟି ଙ୍କ ନେତୃତ୍ୱରେ ୨୦ ରୁ ଅଧିକ ଯୁବକ ଭାରତୀୟ ଜନତା ପାର୍ଟି ରେ ମିଶିଥିଲେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଥିତି ମାନେ ସମ୍ବର୍ଦ୍ଧନା କରିଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ
