ଧାମନଗର:ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ମରଣାତ୍ମକ ଆକ୍ରମଣକୁ ନେଇ ଗଣଧାରଣା

ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମମିତା ମେହେରଙ୍କ ଅପହରଣ ଓ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ପୋଲିସ ସାମ୍ନାରେ ମରଣାତ୍ମକ ଆକ୍ରମଣକୁ ବିରୋଧ କରି ଭଦ୍ରକ ଜିଲ୍ଲା ଧାମନଗର ଓ ଧୁଷୁରୀ ଥାନା ସାମ୍ନାରେ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଥାନା ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା।ଗତ କାଲି ବାରିପଦା ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ଯେଭଳି ତାଣ୍ଡବ ଦେଖିବାକୁ ମିଳିଥିଲା ତାହା ବୁଦ୍ଧିଯିବି ମହଲ ରେ ଘୋର ନିନ୍ଦା କରାଯାଉଛି କାରଣ ଭାରତୀୟ ଜନତା ପାର୍ଟି ର “ଆଇ.ଟି “ସେଲର ସଂଯୋଯକ ତଥା ବାରିପଦା ଯୁବ ମୋର୍ଚ୍ଚା ପ୍ରଭାରୀ” ସୂର୍ଯ୍ୟବଂଶୀ ସୁରଜ”ଙ୍କୁ ବିଜୁ ଜନତାର କିଛି ଅସାମାଜିକ କର୍ମି ମାନେ ଯେଉଁ ଭଳି ଅମାନୁଷିକ ଭାବେ ଆକ୍ରମଣ କଲେ ତାହା ସଭ୍ୟ ସମାଜ ଲାଗି ଏକ ନିନ୍ଦନୀୟ ଘଟଣା.ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେର ଙ୍କୁ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହାୟତାରେ ସ୍କୁଲ ନିର୍ଦ୍ଦେଶକ ଗୋବିନ୍ଦ ସାହୁ ଯେଉଁ ଭଳି ଭାବେ ଅମାନୁଷିକ କୁସ୍ଚିତ ଚିନ୍ତା ଧାରାରେ ହତ୍ୟା କରିଥିଲା । ତାହାକୁ ନେଇ ଗଣତାନ୍ତ୍ରିକ ପ୍ରତିବାଦର ସ୍ୱରଉତ୍ତଳନ କରିବାକୁ ଯାଇ ଭାରତୀୟ ଜନତା ପାର୍ଟିର “ଆଇ.ଟି “ସେଲର ସଂଯୋଗ ବାରିପଦା ଯୁବମୋର୍ଚ୍ଚା ର ପ୍ରଭାରୀ ସୂର୍ଯ୍ୟ ବଂଶୀ ସୁରଜ ଙ୍କୁ ଓ ଭାରତୀୟ ଜନତା ପାର୍ଟି ର ବହୁ କର୍ମ କର୍ତ୍ତା ଉପରେ ଆକ୍ରମଣ କରାଯାଇଥିଲା ତାହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ଥାନା ଅଧିକାରୀ ମାନଙ୍କୁ ଦାବିପତ୍ର ଦିଆଯାଇଥିଲା।

ରିପୋର୍ଟ :=ପୁନିଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *