ଧାମନଗର:ନିଖୋଜ ଯୁବକର ମୃତଦେହ ନଦୀରୁ ଉଦ୍ଧାର
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦୋବଲ ଗ୍ରାମର ବାବୁରାମ ସାହୁଙ୍କ ଭିନ୍ନକ୍ଷମ ପୁଅ ସଞ୍ଜୟ ସାହୁ ଗତକାଲିଠାରୁ ନିଖୋଜ ଥିବାନେଇ ପରିବାର ଲୋକ ଧାମନଗର ଥାନାରେ ଅଭିଯୋଗ କରିଥିଲେ ।ତେବେ ଆଜି ସଞ୍ଜୟର ମୃତ ଦେହ ପାଖ ଗେଙ୍ଗୁଟି ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସ ଏବଂ ପରିବାର ଲୋକଙ୍କୁ ଖବର ଜଣାଇଥିଲେ. ପରେ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ, ଘଟଣାର ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
