ଧାମନଗର:କମେଣ୍ଟ ମରାକୁ କେନ୍ଦ୍ରକରି ୩ ଯୁବକ ଗିରଫ
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଧାମନଗର ଏନ୍.ଏ.ସି ଅଞ୍ଚଳର କଣ୍ଟା ବଣିଆ ଓ ଜ଼ୟନଗର ରାସ୍ତା ମଧ୍ୟ ସ୍ଥଳରେ କମେଣ୍ଟ ମରାକୁ କେନ୍ଦ୍ରକରି ଗ୍ରାମବାସୀ ମାନେ ୩ ଜଣ ଅସାମାଜିକ ଯୁବକଙ୍କୁ ଅଟକ ରଖି ଧାମନଗର ଥାନାକୁ ଖବର ଦେଇଥିଲେ।ସୂଚନାନୁସାରେ ଧାମନଗର କଣ୍ଟା ବଣିଆ ଅଞ୍ଚଳର ବାସକରୁଥିବା ସେକ ଆସିକଙ୍କ ପୁଅ ମିର ଜାହିର ହୋସେନ,ସେକ ଫାରୁକ ଙ୍କ ପୁଅ ମେଳାରେ କାଦିର ଓ ସେକ ଫାରୁକଙ୍କ ପୁଅ ସେକ ସାରୁକ ନିଛାଟିଆ ରାସ୍ତା ରେ ସେହି ଗ୍ରାମର ବାସ କରୁଥିବା ଅନୁସୂଚିତ ଜାତିର ଜଗବନ୍ଧୁ ଯେନାଙ୍କ ନିରିହ ନାବାଳିକା ଝିଅ କୁମାରୀ ମନ୍ଦାକିନୀ ଜେନାଙ୍କୁ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିବା ସମୟରେ, ନୀରିହ ନାବାଳିକା ଝିଅଟି ଚିତ୍କାର କରିଵାରୁ ଗ୍ରାମବାସୀ ମାନେ ଆସି ଅସାମାଜିକ ଯୁବକଙ୍କୁ ଅଟକ ରଖି ଥାନାକୁ ଖବର ଦେଇଥିଲେ। ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଦୀପ ମହନ୍ତ ଘଟଣା ସ୍ଥଳକୁ ଆସି ଆସାମି ମାନଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛନ୍ତି।
