ଜଗତସିଂହପୁର ବ୍ଲକ୍ ରେ ଧାନ ମଣ୍ଡି ଉଦଘାଟିତ

Date-16/12/26- ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ଆଳିପିଙ୍ଗଳ ପଂଚାୟତ ଗୋପାଳ ଜିୟୁ ପ୍ରାଥମିକ କୃଷି ସମବାୟ ସମିତି ପ୍ରାଙ୍ଗଣ ରେ 2025-26 ଖରିଫ ବର୍ଷ ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନିୟନ୍ତ୍ରିତ ବଜାର କମିଟି ଜଗତସିଂହପୁର ପକ୍ଷରୁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଯୋଗାଣ ଅଧିକାରୀ ଜିତ୍ର।ଜି ଚରଣ ଟୁଡୁ ପ୍ରମୁଖ ଯୋଗ ଦେଇ ଧାନ ମଣ୍ଡି ଉଦଘାଟନ କରିଥିଲେ । ଜିଲ୍ଲାରେ ମୋଟ 113ଟି ମଣ୍ଡି ଖୋଲା ଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ଜଗତସିଂହପୁର ବ୍ଲକ ରେ ପ୍ରଥମ ମଣ୍ଡି ଖୋଲିଥିବା ବେଳେ ପର୍ଯ୍ୟାୟ କ୍ରମେ ଜିଲ୍ଲା ର୍ 8ଟି ବ୍ଲକ ଓ ଦୁଇଟି ମୁନିସିପାଲଟି ମଣ୍ଡି ଖୋଲାଯିବ । ଜିଲ୍ଲା ରେ 106ଟି ପ୍ରାଥମିକ କୃଷି ସମବାୟ ସମିତି ଓ 7ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଚାଷି ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଇଛି । ଜଗତସିଂହପୁର ଜିଲ୍ଲାରେ 5 ଜଣ ମିଲର ଥିବା ବେଳେ ବାହାର ରାଜ୍ୟର ମିଲର ଙ୍କ ଉପରେ ନିର୍ଭର କରାଯାଇଥିବା ଯୋଗାଣ ଅଧିକାରୀ କହିଛନ୍ତି । ଚଳିତ ବର୍ଷ ଚାଷୀ ମାନଙ୍କ ଠାରୁ ସୁବ୍ୟବସ୍ଥିତ, ସ୍ୱଚ୍ଛ ଓ ସହଜରେ ଧାନ କିଣା ହେବ। ଚାଷୀମାନେ ଯେପରି ସଠିକ୍ ଭାବେ ଧାନ ବିକ୍ରି କରିବେ ସେଦିଗରେ ଗୁରୁତ୍ଵ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ମୁଖ୍ୟ ଅତିଥି ମଣ୍ଡିରେ ଧାନ କ୍ରୟ କରିବା ପାଇଁ ସରକାର ଙ୍କ ଦ୍ଵାରା କରାଯାଇ ଥିବା ବ୍ୟବସ୍ଥା ସମ୍ପର୍କ ରେ ସୂଚନା ଦେଇଥିଲେ। ତେବେ ଚାଷୀ ଭାଇ ମାନେ ଶୁଖିଲା ଓ ସଫା ଧାନ FAQ ମାନ ର୍ ଧାନ ବିକ୍ରୟ କେନ୍ଦ୍ରକୁ ଆଣନ୍ତୁ ଏବଂ ସରକାରୀ ଧାର୍ଯ୍ୟ ଉଚିତ୍ ସହାୟକ ମୂଲ୍ୟରେ ପାଆନ୍ତୁ। ସାଧାରଣ ଧାନ କ୍ଵିଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୩୧୦୦ ଟଙ୍କା ରହିଛି ଥିବା ଯୋଗାଣ ଅଧିକାରୀ କହିଛନ୍ତି । ତେବେ ଆଜିର ଏହି ମଣ୍ଡି ଉଦଘାଟନୀ ଉତ୍ସବରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *