ଜଗତସିଂହପୁର ଜିଲ୍ଲା ର୍ 5ଟି ବ୍ଳକରେ ଧାନ ମୁଣ୍ଡି ଉଦଘାଟନ

-ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆଜି କଣ୍ଟାବଲ୍ଲଭପୁର ସେବା ସମବାୟ ସମିତିର ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି ।ଏହି ମଣ୍ଡିର ଉଦଘାଟନୀ ଉତ୍ସବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଜିଲ୍ଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଠାରୁ ଧାନ ଠିକ ଭାବରେ ମଣ୍ଡିରେ କିଣାଯିବ ଓ ଚାଷୀ ତାର ଇନପୁଟ ସବସିଡ ପାଇବ ସେ ବାବଦରେ ଅତିଥି ମାନେ ଆଲୋକାପ କରିଥିଲେ । ଗତ 18 ତାରିଖରେ ଜିଲ୍ଲା ର ତିନୋଟି ବ୍ଳକରେ ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ଆଜି 5ଟି ବ୍ଳକରେ ମଣ୍ଡି ଖୋଲାଯାଇଛି । ଜିଲ୍ଲାରେ ମୋଟ 115 ଟି ମଣ୍ଡି ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *