ସ୍ଵାସ୍ଥ୍ୟ ଉପକେନ୍ଦ୍ରକୁ ସ୍ଥାନାନ୍ତରିତ ପ୍ରତିବାଦରେ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା
ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ପାଟୁଳି ପଞ୍ଚାୟତ ରେ ଏକ ସ୍ଵାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କୁ ନେଇ ବିବାଦ ଉପୁଜିଛି, ସରକାରୀ ବିଜ୍ଞପ୍ତି ଅନୁୟାୟୀ ପାଟୁଳି ପରିବର୍ତ୍ତେ ମୋବାରକ ପୁର ପଞ୍ଚାୟତ ରେ ଏହି ଉପକେନ୍ଦ୍ର ନିର୍ମାଣ କୁ ବିରୋଧ କରି ମାମଲା ଏବେ ହାଇକୋର୍ଟ ରେ ବିଚାର ଧୀନ ରହିଛି, ହାଇକୋର୍ଟଙ୍କ ଆଦେଶ ନ ଆସିବା ପଯ୍ୟନ୍ତ ନିର୍ମାଣ କାର୍ଯ୍ଯ ବନ୍ଦ ରଖିବା ପାଇଁ ପାଟୁଳି ଗ୍ରାମ ବାସୀ ପ୍ରଶାସନ କୁ ନିବେଦନ କରିଛନ୍ତି, ତେବେ ମୋବାରକ ପୁର ଠାରେ ନିର୍ମାଣ କାର୍ଯ୍ଯ ଚାଲୁ ରହିଥିବାରୁ ପୂର୍ବ ସୂଚନାନୁୟାୟୀ ମଙ୍ଗଳବାର ଦିନ ଗୃହ ନିର୍ମାଣ କାର୍ଯ୍ଯ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ସମ୍ମୁଖ ରେ ବହୁ ପୁରୁଷ ମହିଳା ଧାରଣା ରେ ବସିଛନ୍ତି, ଗ୍ରାମ ବାସୀ ଙ୍କ ଦାବୀ ପତ୍ର ଅନୁୟାୟୀ ୧୯୯୨ ମସିହା ରୁ ଭଣ୍ଡାରୀପୋଖରୀ ଗୋଷ୍ଟୀ ସ୍ବାସ୍ଥ୍ୟ ଉପକେନ୍ଦ୍ର ଅଧୀନ ରେ ଥିବା ପାଟୁଳି ଠାରେ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର କାର୍ଯ୍ଯ କରିଆସୁଛି ଏଠାରେ ୨୦୨୩ ଡିସେମ୍ବର ୨ତାରିଖ ରୁ ମମତା ତରେଇ ଏଏନ୍ଏମ ଭାବେ ଯୋଗ ଦେଇ କାର୍ଯ୍ଯ କରି ଆସୁଛନ୍ତି ୨୦୨୩ ନଭେମ୍ବର ୨୬ ତାରିଖ ରେ ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ର ଜଣେ ଡାକ୍ତର ନିଯୁକ୍ତି ଦିଆଯାଇଛି ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ଟି ଏକ ଅସ୍ଥାୟୀ ଘରେ ଚାଲି ଆସୁଥିଲା,ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ର ସ୍ଥାୟୀ ଗୃହ ନିର୍ମାଣ ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଅନୁଧ୍ୟାନକାରୀ ଦଳ ପାଟୁଳି ଠାରେ ସ୍ଥାନ ନିରୂପଣ କରିଥିଲେ ପରବର୍ତ୍ତୀ ସମୟରେ ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ମୋବାରକ ପୁର ଠାରେ ନିର୍ମାଣ ପାଇଁ ମସୁବିଧା ଚାଲିଥିବାର ଜାଣିବା ପରେ ପାଟୁଳି ଗ୍ରାମ ବାସୀ ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଫଳ ନମଳିବାରୁ ଗ୍ରାମ ବାସୀ ବାଧ୍ଯ ହୋଇ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା (17958/2023) ରୁଜୁ କରିଥିଲେ ଏହି ମାମଲା ବିଚାର ଧୀନ ରହିଛି
