ଧର୍ମଶାଳା ବ୍ଲକ ଅନାସ୍ଥା ଭୋଟ ପୂର୍ବରୁ ଅଧକ୍ଷ ପଦରୁ ଇସ୍ତଫା ଦେଲେ _ ପ୍ରଭାତ

ଧର୍ମଶାଳା ବ୍ଲକ ଅନାସ୍ଥା ଭୋଟ ପୂର୍ବରୁ ଅଧକ୍ଷ ପଦରୁ ଇସ୍ତଫା ଦେଲେ _ ପ୍ରଭାତ

ଧର୍ମଶାଳା, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥାପ୍ରସ୍ତାବ ଭୋଟ ହେବା ପୂର୍ବରୁ ବ୍ଲକ ଅଧ୍ୟକ୍ଷ ନିଜ ପଦବୀରୁ ଆଜି ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ ୪୫ ଗୋଟି ପଂଚାୟତକୁ ନେଇ ଧର୍ମଶାଳା ବ୍ଲକ ଗଠିତ ହୋଇଛି । ଏହି ବ୍ଲକର ୪୫ ଗୋଟି ପଂଚାୟତରେ ୪୫ ସରପଂଚ ଓ ୪୫ ସମିତିସଭ୍ୟ ମୋଟ ୯୦ ଜଣ ପଂଚାୟତ ପ୍ରତିନିଧୂ ରହିଛନ୍ତି । ଗତ १०९० ମସିହା ପଂଚାୟତ ନିର୍ବାଚନରେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତଙ୍କ ସାନ ଭାଇ ପ୍ରଭାତ କୁମାର ବଳବନ୍ତରାୟ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ହୋଇଥିଲେ । ପରେ ୨୦୨୨ ପଂଚାୟତ ନିର୍ବାଚନରେ ସେ ବିଜୟୀ ହୋଇ ପୁଣି ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣକରିଥିଲେ । ତେବେ ୨୦୨୪ ସାଧାରଣ ନିର୍ବାଚନ ପରେ ସରକାର ପରବର୍ତନ ହେବା ସହିତ ଧର୍ମଶାଳା ନିର୍ବଚନ ମଣ୍ଡଳୀରେ ହିମାଂଶୁ ଶେଖର ସାହୁ ବିଧାୟକ ହୋଇଥିଲେ । ସରକାର ପରିବର୍ତନ ହେବା ପରେ ବ୍ଲକରେ ଦୁଇଥର ପଂଚାୟତ ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ବ୍ଲକ ଅନୁଦାନରେ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଥିଲା । ହେଲେ ବ୍ଲକରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଯାହାକୁ ନେଇ ପଂଚାୟତ ସମିତିର ଜନପ୍ରତିନିଧୂମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଧ୍ୟକ୍ଷଙ୍କୁ ଦାୟୀ କରିଥିଲେ । ଏହାକୁ ନେଇ ଗତ ୨୨ ତାରିଖରେ ୩୮ ଜଣ ସମିତି ସଭ୍ୟ ଓ

ସରପଂଚମାନେ ଯାଜପୁର ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିଲେ । ଗତ ୧୪ ତାରିଖ ଦିନ ଦସ୍ତଖତ କରିଥିବା ସମସ୍ତ ୩୮ ଜଣ ସମିତିସଭ୍ୟ ଓ ସରପଂଚ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜିର ହୋଇ ନିଜ ନିଜର ସ୍ବାକ୍ଷର ପାଂଚ କରାଇ ଥିଲେ । ପରେ ଆସନ୍ତା ୨୨ ତାରିଖରେ ସମସ୍ତ ୪୫ ପଂଚାୟତର ସରପଂଚ, ସମିତିସଭ୍ୟ

ଧର୍ମଶାଳା ବିଧାୟକ ଓ ଯାଜପୁର ଲୋକସଭା ସାଂସଦ ବ୍ଲକ ସଭାଗୃହରେ ଏକତ୍ରିତ ହୋଇ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବା ସହିତ ନିଜ ନିଜର ମତ ଦେବାକୁ ଉପଜିଲ୍ଲାପାଳ ଧର୍ମଶାଳା ବିଡିଙ୍କ କରିଆରେ ସମସ୍ତଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ଏହି ଆଲୋଚନାର ଦୁଇ ଦିନ ପୂର୍ବରୁ ଆଜି ପୂର୍ବାହ୍ନରେ ହଠାତ ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁ ମାର ବଳବନ୍ତରାୟ ବ୍ଲକ କାର୍ଯ୍ୟାଳୟରେ ପହଁଚି ବିଡିଓ ଜ୍ୟୋତିର୍ମୟ କରଙ୍କୁ ନିରେ ଇସ୍ତଫା ପତ୍ର ଦେଇଥିଲେ ଏହି ଇସ୍ତଫାପତ୍ରରେ ବ୍ୟକ୍ତଗତ କାରଣ ଯୋଗୁଁ ସେ ବ୍ଲକରେ ଅଧ୍ୟକ୍ଷପଦ ଚଳାଇବାକୁ ଅସମର୍ଥ ଥିବାରୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ହେଲେ ଅଜି ଅପରହ୍ନରେ ପ୍ରଭାତ ଏକ ଭିଡିଓ ବାର୍ତା ଜାରି କରି ବ୍ଲକକୁ ପଂଚାୟତ ପ୍ରତିନିଧୁମାନେ ଆସି ବାକୁ ଅସୁରକ୍ଷିତ ମଣୁଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ନିଜ ପଦବୀକୁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ଧର୍ମଶାଳାରେ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେବା ଏହା ପ୍ରଥମ ଘଟଣା ନିହେଁ ।

ଗତ ୨୦୦୯ ମସିହାରେ ତତକାଳିନ ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡା ନିଜ ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ପରବର୍ତୀ ସମୟରେ ସେ ବିଜେପିରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ହୋଇଥିଲେ । ତେବେ ଏ ସମସ୍ତ ପ୍ରକ୍ରିୟାରେ ଧର୍ମଶାଳା ବିଧାୟକଙ୍କ ପଲା ଭାରି ରହିଥ‌ିବା ଜଣାପଡିଛି । କାରଣ ଦୁଇ ତୃତୀୟାଂସ ରୁ ଅଧୁକ ଭୋଟରେ ବ୍ଲକ ଅଧ୍ୟକ୍ଷ ପରାଜିତ ହେବାର ବ୍ୟବସ୍ଥା ରହିଥ‌ିବା ବେଳେ ଅଧ୍ୟକ୍ଷ ନିଜ ସପକ୍ଷରେ ଏକତୃତୀୟାଂସ ଭୋଟ ରଖୁବା ଅସମ୍ଭବ ହେବାରୁ ସେ ଏଭଳି ନେଇଥିବା ସାଧାରଣରେ ଆଲୋଚନା ହେଉଛି । ଆଜି ବ୍ଲକ ଅଧ୍ୟକ୍ଷ ପଦରୁ ପ୍ରଭାତ ଇସ୍ତଫା ଦେବା ପରେ ବିଧାୟକଙ୍କ ଗୋଷ୍ଠିର କର୍ମୀମାନେ ଜାରକାରେ ଆତି ଶବାhଳି ଶୋଭାଯାତ୍ରାରେ ଜାରକା ବଜାର ପରିକ୍ରମା କରି ଖୁଶି ମନାଉଥିବା ଦେଖୁବାକୁ ମିଳିଥିଲା । ଏବେ ଧର୍ମଶାଳା ବ୍ଲକରେ କିଏ ପରବର୍ତୀ ଅଧ୍ୟକ୍ଷ ପଦ ହରେଇବ ତାହା ଆଗକୁ ଜଣାପଡିବ।

Leave a Reply

Your email address will not be published. Required fields are marked *