ଉପାଧ୍ୟାକ୍ଷା ବିଶ୍ଵବିଜୟିନୀ ହେଲେ ଧର୍ମଶାଳା ବ୍ଲକ ଅଧକ୍ଷାଧର୍ମଶାଳା

ଉପାଧ୍ୟାକ୍ଷା ବିଶ୍ଵବିଜୟିନୀ ହେଲେ ଧର୍ମଶାଳା ବ୍ଲକ ଅଧକ୍ଷା
ଧର୍ମଶାଳା – ଯାଜପୁର ଜିଲ୍ଲା ଧର୍ମଶାଳା ପଂଚାୟତ ସମିତି ଅଧକ୍ଷ ପ୍ରଭାତ କୁମାର ବଳବନ୍ତରାୟ ପଦରୁ ଇସ୍ତଫା ଦେବା ପରେ ଉକ୍ତ ସ୍ଥାନ ଖାଲି ପଡିଥିଲା l ଅନାସ୍ଥା କିମ୍ବା କୌଣସି କାରଣ ରୁ ବ୍ଲକ ଅଧକ୍ଷ ପଦରୁ ବଳବନ୍ତରାୟ ନିଜ ପଦରୁ ଇସ୍ତଫା ଦେବା ପରେ ବ୍ଲକର ଉପାଧ୍ୟାକ୍ଷା ଶ୍ରୀମତୀ ମିଶ୍ର ଅଧକ୍ଷ ଦାୟିତ୍ୱରେ ରହିବାର ସରକାରୀ ନିୟମ ଅଛି l ସୂଚନା ମୁତାବକ, ବିଜେଡି ସମର୍ଥିତ ପୂର୍ବତନ ଅଧକ୍ଷ ବଳବନ୍ତ ରାୟ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିବା ପୂର୍ବରୁ ଗତ ଅଗଷ୍ଟ ୨୦ ତାରିଖରେ ଅଧକ୍ଷ ପଦରୁ ଇସ୍ତଫା ଦେଇ ଥିଲେ l ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ପଦବୀ ଖାଲି ପଡିଥିଲା l ସରକାର ଙ୍କ ନିର୍ଦେଶ କ୍ରମେ ଆଜି ପଂଚାୟତ ସମିତି ର ଉପାଧ୍ୟକ୍ଷା ବିଶ୍ୱ ବିଜୟୀନି ମିଶ୍ର ଅଧକ୍ଷ ରୂପେ ଦାୟିତ୍ୱ ନେଇ ଛନ୍ତି l ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ଓ ଧର୍ମଶାଳା ବିଡ଼ିଓ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ନୂତନ ଭାବେ ଦାୟିତ୍ୱ ନେଇଥିବା ଅଧକ୍ଷ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ l ସୂଚନା ଥାଉକି ସରକାର ପରିବର୍ତନ ହେବା ପରେବ୍ଲକରେ ବିଜେଡି ଅଧକ୍ଷ ଥିବାରୁ ଉନ୍ନୟନ ମୂଳକ ସରକାରୀ କାର୍ଯ୍ୟ ତ୍ୱରାନ୍ୱିତ ହେବାରେ ବାଧା ଉପୁଜିଥିଲା l ଯାହାକୁ ନେଇ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ମଧ୍ୟରେ ଅସନ୍ତୋଷ ବଢିବା ଦେଖ ଦେଲା l ତେଣୁ ଅଧକ୍ଷ ଙ୍କ ବିରୁଦ୍ଧରେ ଗତ ଅଗଷ୍ଟ ଏଗାର ତାରିଖରେ ଯାଜପୁର ଉପଜିଲ୍ଲାପାଳ ଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦିଆଯାଇଥିଲା l ଭୋଟ ପୂର୍ବରୁ ପ୍ରଭାତ ନିଜ ପଦରୁ ଇସ୍ତଫା ଦେଇଥିଲେ l ଆଜି ବିଶ୍ୱ ବିଜୟିନୀ ମିଶ୍ର ଅଧକ୍ଷ ପଡ ଗ୍ରହଣ କରି ସରକାରୀ କାର୍ଯ୍ୟ ଆରମ୍ଭ କରିଥିଲେ

Leave a Reply

Your email address will not be published. Required fields are marked *