ଧର୍ମଶାଳା ବିଜେପି ର ସମ୍ବର୍ଦ୍ଧନା ସଭା ଓ ଐତିହାସିକ ମହା ମିଶ୍ରଣ ପର୍ବ

ଧର୍ମଶାଳା -ଯାଜପୁର ଜିଲ୍ଲା ଧର୍ମଶାଳାଭାରତୀୟ ଜନତା ପାର୍ଟ ର ସମର୍ଦ୍ଧନା ସଭା ଓ ମହା ମିଶ୍ରଣ ପର୍ବ ଆଜି ଜାରକା ମହୋତ୍ସବ ପଡିଆରେ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଯାଜପୁର ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ସଭାପତିତ୍ୱ କରିଥିଲେ l ମଞ୍ଚରେରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବୟାନ ଶିଳ୍ପ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ବଡ଼ଚଣା ବିଧାୟକ ଅମର ନାୟକ କୋରେଇ ବିଧାୟକ ଆକାଶ ଦାସ ନାୟକ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ମଞ୍ଚାସିନ ଥିଲେ l ଅତିଥି ମାନଙ୍କ ଦ୍ୱାରା ସଭାପତି ଶ୍ରୀ ସାମଲ ଙ୍କୁ ମହା ଆଡମ୍ବର ରେ ସମ୍ବର୍ଦ୍ଧନା କରାଯାଇଥିଲା l ବିଜେପି ସଭାପତି ମନମୋହନ ସାମଲ। ଧର୍ମଶାଳରେ ସିଧାସଳଖ ଟାର୍ଗେଟ କଲେ ବିରୋଧୀଙ୍କୁ କହିଲେ ଭଗବାନ ସବୁ ସହିବେ କିନ୍ତୁ କାହାର ଗର୍ବ ଓ ଅହଂକାର ସହିବେ ନାହିଁ। ସରକାର ପରିବର୍ତ୍ତନ ରେ ଯାଜପୁର ଲୋକଙ୍କ ସମର୍ଥନ ଅତୁଳନୀୟ l ହିମାଂଶୁ ଙ୍କ ଗୋଟି ଚାଳନା ରେ ବିଜେଡ଼ି କ୍ଷତିଗ୍ରସ୍ତ। ଆଜି ମହା ମିଶ୍ରଣ ରେ ସଭାପତି ମନମୋହନ ସହ ସହ ବିଜେଡ଼ି ନେତା ଓ କର୍ମୀ ଙ୍କୁ ସ୍ବାଗତ କଲେ l ବିଧାୟକ ହିମାଂଶୁ କହିଲେ ଧର୍ମଶାଳା ରେ ଆଉ ବିଜେଡି ରହିବ ନାହଁ ସବୁ ଗେରୁଆ ହୋଇଯିବ l ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଓ ମଞ୍ଚାସିନ ଅତିଥି ମାନେ ନିଜ ନିଜର ମତ ବ୍ୟକ୍ତ ରଖିଥିଲେ l ଆଜି ଏହି ମହା ମିଶ୍ରଣ ରେ ହଜାର ହଜାର ଅନ୍ୟ ଦଳର ନେତା ଓ କର୍ମୀ ମିଶି ଅତିଥି ମାନଙ୍କ ଦ୍ୱାରା ବିଜେପି ଟୋପି ଓ ଉତ୍ତରୀୟ ପିନ୍ଧି ସମ୍ମାନିତ ହୋଇଥିଲେ

Leave a Reply

Your email address will not be published. Required fields are marked *