ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେଲେ ଧର୍ମଶାଳା ବିଧାୟକ ହିମାଂଶୁ

ଧର୍ମଶାଳା, ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଆରୁହା ଜୋନରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯଶୁସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ସ୍ଵାଧୀନତା ଦିବସକୁ ଅମୃତ ମହୋତ୍ସବ ଭାବେ ପାଳନ କରାଯାଉଛି । ଏହିକ୍ରମରେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଆରୁନ୍ଦା ମଣ୍ଡଳ ଅନ୍ତର୍ଗତ ଗଙ୍ଗାଧରପୁର ପଂଚାୟତରେ ହରଘର ତ୍ରି ରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଶୋଭାଯାତ୍ରାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ କର୍ମୀମାନଙ୍କ ସହ ଶୋଭାଯାତ୍ରାରେ ଘରକୁ ଘର ବୁଲି ସ୍ୱାଧୀନତାର ଅମୃତ ମହୋତ୍ସବ ସମ୍ପର୍କରେ ଅବଗତ କରିବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କମନରେ ଦେଶପ୍ରେମ ଜାଗୃତ କରିବା ଲକ୍ଷନେଇ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଛି ବୋଲି କହିଥିଲେ। ଧର୍ମଶାଳା ନିର୍ବାଚନମଣ୍ଡଳୀର ୬ ଗୋଟି ଜୋନରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇ ଲୋକମାନଙ୍କ ମନରେ ଦେଶପ୍ରେମ ଜାଗୃତ କରାଯିବ ବୋଲି ଧର୍ମଶାଳା ବିଜେପି ପକ୍ଷରୁ କୁହାଯାଇଛି। ଏହି ଶୋଭାଯାତ୍ରାରେ ଆଜିହଜାର ହଜାର ସଂଖ୍ୟାରେ କର୍ମୀ ଓ ସାଧାରଣ ସାଧାରଣ ବର୍ଗର ପୁରୁଷ ଓ ମହିଳାମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଆରୁନ୍ଦା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ , ବିଜେପିର ବରିଷ୍ଠ କର୍ମା ରବିନ୍ଦ୍ର ବରାଳ, ପ୍ରଦୀପ ପରିଡା, ରାଜେଶ କୁମାର ପାଳ, ବିଶ୍ୱଜିତ ପୃଷ୍ଟି, ରମେଶ ବେହେରା ପ୍ରମୁଖ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇଥିଲେ l

Leave a Reply

Your email address will not be published. Required fields are marked *