କାମାକ୍ଷାନଗର କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କଲେ ଢେଙ୍କାନାଳ ଏସ୍ପି ଅଭିନବ ସୋନକର

Date -22/3/2026Anchor -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଢେଙ୍କାନାଳ ଏସପି ଅଭିନବ ସୋନକର।କାମାକ୍ଷାନଗର ଏସଡିପିଓଙ୍କ ଅଫିସ ଠାରେ ଏକ ପ୍ରେସମିଟ ମାଧ୍ୟମରେ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି।ଗତ ୧୮ ତାରିଖ ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଅଭିଯୁକ୍ତ ସାଆନ୍ତରାପୁର ଗାଁର ଗଙ୍ଗାଧର ପାତ୍ର ଓରଫ ଜଗା ଏକ କାର ଯୋଗେ ନାବାଳିକା ଛାତ୍ରୀ ଜଣଙ୍କୁ ପଲ୍ଲୀ ଗାଁ ନିକଟକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ। ଛାତ୍ରୀ ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହେବା ସହ ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଅଭିଯୁକ୍ତ ଜଗାଙ୍କୁ ତାଙ୍କ ମାମୁଁ ପୁଅ ଭାଇ ସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ପରଜଙ୍ଗ ଥାନା କୁମୁସି ଗାଁର ମଉସା ରସାନନ୍ଦ ନାଏକ ଏବଂ ସାଆନ୍ତରାପୁର ଗାଁର ଅନ୍ୟ ଜଣେ ସହଯୋଗୀ

ମଦନ ମୋହନ ପାତ୍ର ସହଯୋଗ କରିଥିଲେ।ଯେଉଁ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ତେବେ ଘଟଣା ଘଟିବାର ୪୮ ଘଣ୍ଟା ନପୂରୁଣୁ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି। ୪ ଜଣ ଅଭିଯୁକ୍ତଙ୍କ ସହ ଗୋଟିଏ କିଆ କମ୍ପାନୀର କାର, ୩ଟି ମୋବାଇଲ ଫୋନ୍, ଗୋଟିଏ କଲେଜ ବ୍ୟାଗ ଏବଂ ଝିଅର ଚୁନିକୁ ଜବତ କରାଯାଇଛି। ଏହି ପ୍ରେସମିଟରେ ଏସପି ଅଭିନବ ସୋନକରଙ୍କ ସମେତ ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟ, ଏସଡ଼ିପିଓ ରଜନୀକାନ୍ତ ସାମଲ, ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *