ଧର୍ମଶାଳା କଂଗ୍ରେସର ସୃଜନ ଅଭିଯାନ କାର୍ଯ୍ୟକ୍ରମ
ଧର୍ମଶାଳା କଂଗ୍ରେସର ସୃଜନ ଅଭିଯାନ କାର୍ଯ୍ୟକ୍ରମ!ଧର୍ମଶାଳା- ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଶାନ୍ତିବଜାର ସ୍ଥିତ ସମ୍ରାଟ ମଣ୍ଡପରେ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଆଇସିସି ପର୍ଯ୍ୟବେକ୍ଷକ ଚାରୁଲତା ଟୋକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଦେଶରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ତାର ଦଳୀୟ ସଂଗଠନକୁ ମଜବୁତ କରୁଥିବା ବେଳେ ଓଡିଶା ରାଜ୍ୟରେ ସଂଗଠନକୁ ମଜବୁତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହିକ୍ରମରେ ସମସ୍ତ ଜିଲ୍ଲା ଓ ବ୍ଳକ ସ୍ତରରେ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରାଯାଉଛି। ଏନେଇ ଧର୍ମଶାଳାରେ ସଂଗଠନକୁ ମଜବୁତ କରିବା ସହିତ ଯାଜପୁର ଜିଲ୍ଲା ସଭାପତି ଚୟନ ଉପରେ ଆଲୋଚନା କରାଯାଇଥିଲା। ସମ୍ମାନିତ ଅତିଥିଭାବେ ଏଆଇସିସି ସଂଯୋଜକ ସୁଧାଂଶୁ ଶେଖର ଦେଓ ଓ ପିସିସି ପର୍ଯ୍ୟବେକ୍ଷକ ୟାକୁବ ଖାନ, ନେତ୍ରୀ ବନ୍ଦିତା ପରିଡା, ମନୋଜ ରାଉତ,ମାନସ କର,ଶ୍ରୀନାଥ ମିଶ୍ର,ପ୍ରଫୁଲ୍ଲ ରାଉତ, ମିହିର ଖୁଣ୍ଟିଆ ମଧୁଶ୍ମିତା ଆଚାର୍ଯ୍ୟ, ଓ ବହୁ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ ।
