ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ହେଲେ ସୁଚିସ୍ମିତା ଦାସ!
ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ହେଲେ ସୁଚିସ୍ମିତା ଦାସ!
ଧର୍ମଶାଳା-- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା, ଏହି ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନରେ ଶୁଚିଶ୍ମିତା ଦାସ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ପ୍ରାର୍ଥୀ ପତ୍ର ଦାଖଲ ଓ ଯାଞ୍ଚ ପରେ ତହସିଲଦାର ସମୀର ରଞ୍ଜନ ଦାସ ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ଭାବେ ସୂଚିଶ୍ମିତା ଦାସଙ୍କୁ ବିଜୟୀ ଘୋଷଣା କରିଥିଲେ, ସୂଚନା ଅନୁଯାୟୀ ଶ୍ରୀମତୀ ଦାସ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲା ପରେ ଧର୍ମଶାଳା ବ୍ଲକର କୋଣ ଅନୁକୋଣରୁ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି,ପୂର୍ବରୁ ଶୁଚିସ୍ମିତା ଦାସ ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ପଞ୍ଚାୟତ ସମିତିସଭ୍ୟା ଭାବେ ବିଜୟୀ ହୋଇ କାର୍ଯ୍ୟଭାର ଗ୍ରହଣ କରିଆସୁଥିଲେ।
ଆଜି ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ଭାବେ ବିଜୟ ହାସଲ ପରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅଧ୍ୟକ୍ଷlଙ୍କୁ ଧନ୍ୟବାଦ ଜଣାଇଛନ୍ତି।
