ଧର୍ମଶାଳା ଭବନ ଠାରେ ଆମ ଭୋଜନାଳୟ ର ଶୁଭାରମ୍ଭ

ଧର୍ମଶାଳା ଭବନ ଠାରେ ଆମ ଭୋଜନାଳୟ ର ଶୁଭାରମ୍ଭ

ଧର୍ମଶାଳା = ଆମ ଭୋଜଳାଳୟ ଧର୍ମଶାଳାରେ ବିକାଶର ନୂଆ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରି ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମରେ ଏହି ବିକାଶ କାର୍ଯ୍ୟକ୍ରମ ସଫଳ ହୋଇଛି।

ଏହି ଅବସରରେଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ବଡଚଣାର ବିଧାୟକ ଶ୍ରୀ ଅମର ନାୟକ, କୋରେଇ ର ବିଧାୟକ୍ ଶ୍ରୀ ଆକାଶ ଦାସ ନାୟକ, ଯାଜପୁର ଜିଲ୍ଲା ବିଜେପି ସଭାପତି ଶ୍ରୀମତି ଦେବଯାନୀ ପ୍ରଧାନ, ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଓ ପୂର୍ବତନ ବିଜେପି ସଭାପତି ଶ୍ରୀ ଗୌତମ ରାୟବରୀ ବିଜେପି ନେତା ଉମେଶ ଜେନା ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ଶୁଚିସ୍ମିତା ଦାସ ଉପାଧ୍ୟାକ୍ଷା ବିଶ୍ୱ ବିଜୟିନୀ ମିଶ୍ର ବିଜେପି ର ବରିଷ୍ଠ ନେତା କାହ୍ଣୁ ଚରଣ ଦାସ ପ୍ରିୟନାଥ ମହାପାତ୍ର ସମେତ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ସରପଞ୍ଚ ସମିତି ସଭ୍ୟ ବିଜେପି ର ଛାମୁଆ କର୍ମୀ ଓ ସାଧାରଣ ଜନତା ଯୋଗଦେଇ ଆମ ଭୋଜନାଳୟ ରେ ସାମିଲ ହୋଇ ଖାଦ୍ୟ ଖାଇଥିଲେ ଓ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ

ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ଏହି ଧର୍ମଶାଳାର ବିକାଶ ଅଞ୍ଚଳର ଲୋକମାନଙ୍କ ପାଇଁ ବଡ଼ ସୁବିଧା ନେଇଆସିବ ଏବଂ ଆଗାମୀଦିନରେ ଏଠାରେ ଅଧିକ ସୁବିଧା ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବ।

ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିବା ବେଳେ, ଅଞ୍ଚଳରେ ବିକାଶ ଧାରା ଆହୁରି ତ୍ୱରାନ୍ୱିତ ହେବ ବୋଲି ବିଧାୟକ ଶ୍ରୀ ସାହୁ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *