ବୀରଭଦ୍ର ନୋଡାଲ ବିଦ୍ୟାପୀଠ ହୀରକ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ
ବୀରଭଦ୍ର ନୋଡାଲ ବିଦ୍ୟାପୀଠ ହୀରକ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ
କାକଟପୁର – ଗୁରୁଜୀ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ ମହୋଦୟଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କାକଟପୁର ବ୍ଳକ୍ ବାଙ୍ଗୁରିଗାଁ ବୀରଭଦ୍ର ନୋଡାଲ ବିଦ୍ୟାପୀଠ ହୀରକ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ “ହୀରକ ଜୟନ୍ତୀ” ପାଳନ କରିବା ପାଇଁ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ବିଦ୍ୟାଳୟର ଆଲୁମିନି କୃଷ୍ଣ ଚନ୍ଦ୍ର ନାୟକ, ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ,ଭୋଳି ଭାଇ, ଉମାକାନ୍ତ, ଅଶୋକ ମହାରଣା , ନଟ ସାରେ, ଅଶୋକ ପାତ୍ର, ଡମ୍ବୁର ସାରେ , ସ୍କୁଲର ହୁର୍ଷୀ ସାରେ , ଉମା ଓ ରମେଶ ସାରେ,ସୁଧୀର ବାବୁ,ନିହାର, ଓ ଆଲୁମିନି ସଭାପତି ଭଗବାନ ସାରେ , ଆଲୋଚନାରେ ଅଂଶ ଗ୍ରହଣ କରି ଜୟନ୍ତି ସରସ ସୁନ୍ଦର ହେବାପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ଏକ ମାଗାଜିନ୍ “ମହକ_୨” ପ୍ରକାଶ କରିବାପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।
