ବୀରଭଦ୍ର ବିଦ୍ୟାପୀଠର ହୀରକ ଜୟନ୍ତୀ
ବୀରଭଦ୍ର ବିଦ୍ୟାପୀଠର ହୀରକ ଜୟନ୍ତୀ
କାକଟପୁର- କାକଟପୁର ନିର୍ବାଚନ ମଣ୍ଡଳୀର ଅନ୍ୟତମ ପୂରାତନ ସ୍କୁଲ ବାଙ୍ଗୁରିଗାଁ ସ୍ଥିତ ବୀରଭଦ୍ର ବିଦ୍ୟାପୀଠର ୬୦ ବର୍ଷ ପୂର୍ତ୍ତି ଅବସରରେ ୨ ଦିନିଆ ହୀରକ ଜୟନ୍ତୀ ଉତ୍ସବ ରବିବାର ସଂଧ୍ୟାରେ ଶୁଭ ଉଦଘାଟନ ହୋଇଛି।

ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମୁଖ୍ୟ ବକ୍ତା ଭାବେ କାକଟପୁର ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ବିଧାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ଶ୍ରୀଯୁକ୍ତ ସାଧୀନ କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢୀ, କାକଟପୁର ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀଯୁକ୍ତ ଶ୍ରୀଧର ନାୟକ, ବିଡ଼ିଓ ନାରାୟଣ ଦିକ୍ଷୀତ, ବିଦ୍ୟାଳୟ ପ୍ରଥମ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପୁରାତନ ଛାତ୍ର ସଂସଦ ସଂପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ଉତ୍ସବର ସମ୍ପାଦକୀୟ ପାଠ ସହ ବିଦ୍ୟାଳୟର ଇତିହାସ ଓ ପରିବେଶ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟକୁ ପ୍ରତିଷ୍ଠା କରିବା ସହ ଏତେ ବର୍ଷରେ ପହଞ୍ଚାଇବା ପର୍ଯ୍ୟନ୍ତ ସଫଳତାର ବର୍ଣ୍ଣନା କରିଥଲେ। ଏଥି ସହିତ ବିଦ୍ୟାଳୟର ଆବଶ୍ୟକତା ନେଇ ଉପସ୍ଥିତ ଅତିଥି ମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ହୀରକ ଜୟନ୍ତୀ ସ୍ମରଣିକା ମହକ୨ ପତ୍ରିକା ଉନ୍ମୋଚିତ ହୋଇଥିଲା। ଏହି ଅବସରର ବିଦ୍ୟାଳୟର ପ୍ରତିଭା ଓ ପୂରାତନ ସଫଳ ଶିକ୍ଷକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା। ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ବକ୍ତବ୍ୟରେ ସ୍କୁଲ୍ ପଡିଆରେ ମିନି ଷ୍ଟାଡିୟମ୍, ଅତିରିକ୍ତ କ୍ଲାସ ରୁମ ଓ ଅନ୍ୟାନ୍ୟ ଆବଶ୍ୟକ ଖୁବ୍ ଶୀଘ୍ର ପୂରଣ ହେବ ବୋଲି କହିଥିଲେ। ଉତ୍ସବ ପରିଚାଳନାରେ ପୂରାତନ ଛାତ୍ର ସୈଲନ୍ୟ ପାତ୍ର, ଭବାନୀ ସାହୁ, ଅଶୋକ ମହାରଣା, ନଟବର ସାହୁ, ଭଗବାନ୍ ସାହୁ, କୃଷ୍ଣ ନାୟକ, ଗୌର ଚନ୍ଦ୍ର ବିଶ୍ବାଳ ଙ୍କ ସହ ସମସ୍ତ ପୂରାତନ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
