ହୀରକ ଜୟନ୍ତୀ ସମାରୋହ ଉଦଯାପିତ
କାକଟପୁର- କାକଟପୁର ବ୍ଳକ ଅନ୍ତର୍ଗତ ବାଙ୍ଗୁରିଗାଁ ସ୍ଥିତ ବୀରଭଦ୍ର ନୋଡାଲ ଉଚ୍ଚ ବିଦ୍ୟାପୀଠ ପକ୍ଷରୁ ଆୟୋଜିତ ହୋଇଥିବା ୨ ଦିନିଆ ହୀରକ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଗବେଷକ ତଥା ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାଶ, ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପରିଡ଼ା, କିଟ୍ ବିଜ୍ଞାନ କଲେଜ୍ ଅଧକ୍ଷ ଚିତ୍ତ ରଞ୍ଜନ ମିଶ୍ର, ଶିକ୍ଷାବିତ୍ ସତ୍ୟପ୍ରିୟ ବେହେରା, ଆଲୁମିନି କମିଟି ସଭାପତି ଭଗବାନ ସାହୁ ସାହୁ, ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା, ସୁସାହିତ୍ୟିକ କୃଷ୍ଣ ଚନ୍ଦ୍ର ନାୟକ, ଆଲୁମିନି କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ଏକ ମହାଦ୍ରୁମ ବଟ ବୃକ୍ଷ ସଦୃଶ୍ୟ ଓ ମଣିଷ ତିଆରି କାରଖାନା। ଏହାର ସମସ୍ତ ଛାତ୍ରଛାତ୍ରୀ ବିଶାଳ ବୃକ୍ଷର ପତ୍ର ଓ ଡାଳ ସହ ସମାନ। ସମସ୍ତଙ୍କ ଏକତା ଓ ଭଲପାଇବା ଆଜି ହୀରକ ଜୟନ୍ତୀ ସମାରୋହର ଏକ ଗର୍ବ ଓ ଗୌରବର ପ୍ରତୀକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏହା ପୂର୍ବରୁ ପୂର୍ବାହ୍ନରେ ଆଲୁମିନି କମିଟି ପକ୍ଷରୁ ଏକ ଭାବ ଆଦାନ ପ୍ରଦାନର ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂରାତନ ଛାତ୍ର ସୈଲନ୍ୟ ପାତ୍ର, ଭବାନୀ ସାହୁ, ଅଶୋକ ମହାରଣା, ନଟବର ସାହୁ, ଭଗବାନ୍ ସାହୁ, କୃଷ୍ଣ ନାୟକ, ଗୌର ଚନ୍ଦ୍ର ବିଶ୍ବାଳ, ମାନସ କୁମାର ବିଶ୍ଵାଳ, ନୃସିଂହ ଚରଣ ବେହେରା, ହୃଷୀକେଶ ବେହେରାଙ୍କ ସହ ସମସ୍ତ ପୂରାତନ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ରିଦୀମା ଏଣ୍ଟରପ୍ରାଇଜେସ୍ ପକ୍ଷରୁ କୈଳାସ ସେଠୀ ବିଭିନ୍ନ ପ୍ରତିଯୋଗିତାର ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ପୁରସ୍କାର ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।
