ପୋଖୋରି ରେ ବୁଡି ନାବାଳକ ମୃତ
-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମଣ୍ଡାସୁରୁ ଅଞ୍ଚଳ ରେ ପୋଖୋରୀ କୁ ଗାଧୋଇବା ପାଇଁ 4ଜଣ ସାଙ୍ଗ ଏକତ୍ର ହୋଇ ଯାଇଥିବା ବେଳେ ନବମ ଶ୍ରେଣୀ ରେ ପଢୁଥିବା ଛାତ୍ର ଆଦିତ୍ୟ ନାୟକ ଙ୍କ ଅସାବଧାନତା କାରଣ ରୁ ଗୋଡ଼ ଖସି ପୋଖୋରି ରେ ବୁଡି ଯାଇଥିଲେ l ତୁରନ୍ତ ଖବର ପାଇ ରାଇକିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ଛାତ୍ର କୁ ଉଦ୍ଧାର କରିବା ସହିତ ରାଇକିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷୋଣl କରିଥିଲେ। ଆଜି ସକାଳୁ ପୋଲିସ ଙ୍କ ଉପସ୍ଥିତି ରେ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି l ରାଇକିଆ ପୋଲିସ 7/25 ରେ ଏକ କେସ ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଥିବା ବେଳେ ମହିଳା ଓ ଶିଶୁ ମଙ୍ଗଳ ଅଧିକାରୀ ମଣ୍ଡାସରୁ ଶିଶୁଭବନ ପରିସର ରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି।
