ଜୀବନ ନେଲା ପିଚୁ ଗାଡି

-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ରାସ୍ତା କାମରେ ନିୟୋଜିତ ଠିକା ସଂସ୍ଥାର ପିଚୁ ଗାଡି ଦୁର୍ଘଟଣାରେ ୨ ଜଣଙ୍କର ଅକାଳରେ ଜୀବନ ଯାଇଛି। ଏଥିସହିତ ଦୁଇ ଜଣେ ଏବେ ବି ଜୀବନ ମରଣ ସହିତ ମେଡ଼ିକାଲରେ ସଂଘର୍ଷ କରୁଛନ୍ତି। ସେମାନଙ୍କ ମଧ୍ୟରେ କାମାକ୍ଷାନଗର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କ୍ଷୀରୋଦ ସାହୁ ରହିଛନ୍ତି। କ୍ଷୀରୋଦ ସାହୁଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ରେକୁଳା ଗାଁ ଠାରେ ପିଚୁ କାମରେ ନିୟୋଜିତ ଠିକାସଂସ୍ଥାର ଅବହେଳା ଯୋଗୁଁ ଅକାଳରେ ଜୀବନ ଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସେମାନେ ରେକୁଳା ଗାଁ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ବିଳମ୍ବିତ ରାତିରେ ବିନା ସୁରକ୍ଷାରେ ନିୟୋଜିତ ଠିକାସଂସ୍ଥା ପିଚୁ କାମ କରିବା ଯୋଗୁଁ ଦୁର୍ଘଟଣା ଘଟୁଥିବା ଲୋକମାନେ ପ୍ରକାଶ କରିଛନ୍ତି। ଫଳରେ କାମାକ୍ଷାନଗର -ଢେଙ୍କାନାଳ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *