ମାନସିକ ନିର୍ଯ୍ୟାତନା ସହି ନପାରି ଯୁବକ ଙ୍କ ଆତ୍ମହତ୍ୟା

ମାନସିକ ନିର୍ଯ୍ୟାତନା ସହି ନପାରି ଯୁବକ ଙ୍କ ଆତ୍ମହତ୍ୟା

ଟଙ୍କା ନେଣ ଦେଣକୁ ନେଇ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ଜଣେ ଯୁବକ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଶୁକ୍ରବାର ସକାଳେ କୋରେଇ ଥାନା ନୂଆଗଡ ଗ୍ରାମ ସାହୁ କଲୋନୀ ରେ ଘଟିଛି | ଆତ୍ମହତ୍ୟା କରିଥିବା ଯୁବକ ଏକ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ରୁ ଏହା ଜଣାପଡିଛି | ଯୁବକ ଅଵିଭାହିତ ଥିବା ବେଳେ ଭଡା ଘରେ ଏକୁଟିଆ ରହୁଥିଲେ | ସେ ଆତ୍ମହତ୍ୟା କରିବାକୁ ଯାଉଥିବା ର ଭିଡିଓ ସାଙ୍ଗ ସାଥି ଙ୍କୁ ପଠାଇଥିବା ଜାଣିବାକୁ ମିଳିଛି | ଯାହା ତାଙ୍କ ପରିବାର କୁ ମଧ୍ୟ ଭାଇରଲ ହୋଇଥିଲା | ଶୁକ୍ରବାର ସକାଳେ ସେ ଶୋଇଥିବା ଘର କବାଟ ନ ଖୋଲିବାରୁ ଡାକିଲେ ମଧ୍ୟ ଉକ୍ତ ଯୁବକ ନଶୁଣିବାରୁ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା | ପୋଲିସ କୁ ଏ ନେଇ ଖବର ଦିଆଯାଇଥିଲା | ଖବର ପାଇ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ସଦଳବଳ ପହଂଚି ଅଗ୍ନିଶମ କର୍ମଚାରୀ ଙ୍କ ସହାୟତା ରେ ବନ୍ଦ କୋଠରୀ ର କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥା ରେ ତାଙ୍କୁ ଉଦ୍ଧାର କରିଥିଲେ | ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ପଠାଇ ପୋଲିସ ଘଟଣା ର ତଦନ୍ତ କରିଛି | ସନ୍ଧ୍ୟା ରେ ସାଇଁଣ୍ଟିଫିକ ଟିମ ମଧ୍ୟ ପହଂଚି ଏହାର ଅଧିକ ଅନୁଧ୍ୟାନ କରିଛି | ମୃତ ଯୁବକ ସ୍ବର୍ଗତଃ ପ୍ରଭାକର ସୁବୁଦ୍ଧି ଙ୍କ ପୁଅ ଶଙ୍କର ନାରାୟଣ ସୁବୁଦ୍ଧି (୨୭) ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳ ର ବୋଲି ଜାଣିବାକୁ ମିଳିଛି | ସେ କଳିଙ୍ଗନଗର ସ୍ଥିତ ଏକ ଘରୋଇ କମ୍ପାନୀ ରେ କାମ କରନ୍ତି | ତାଙ୍କୁ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ଦେଇଥିବା କିଛି ଯୁବକଙ୍କ ନାଁ ସୋସିଆଲ ମିଡିଆରେ କହିବା ସହ ମାନସିକ ଭାରସାମ୍ୟ ହରାଇ ପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଛି | ଭାଇରଲ ଭିଡିଓ କୁ ଦେଖି ତାଙ୍କ ମା ଏବଂ ଭଉଣୀ ସେଠାରେ ଆସି ପହଂଚିଥିଲେ | ପୋଲିସ ୧୪/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *