ଶିକ୍ଷକ ନେତା ଜମ୍ବେଶ୍ଵର ପୃଷ୍ଟି ଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ
ଶିକ୍ଷକ ନେତା ଜମ୍ବେଶ୍ଵର ପୃଷ୍ଟି ଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ଢେଙ୍କାନାଳ ଜିଲ୍ଲା ର ଆଦର୍ଶ ଶିକ୍ଷକ ତଥା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ର ନେତା ଜମ୍ବେଶ୍ଵର ପୃଷ୍ଟି ଙ୍କ ବିୟୋଗରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଅଛି। ଜଣେ ସାଲିସ ବିହିନ ନେତା ଭାବରେ ସେ ଶିକ୍ଷକ ସମାଜରେ ଜଣାଶୁଣା। ତାଙ୍କ ବିୟୋଗ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଗଭୀର ମ୍ରିୟମାଣ ହୋଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
