ବାହାଘରର ୫ ଦିନ ପରେ ନବବଧୂର ମୃତ୍ୟୁ
ବାହାଘରର ୫ ଦିନ ପରେ ନବବଧୂର ମୃତ୍ୟୁ।
ରଘୁନାଥପୁର:-୪/୭()ରଘୁନାଥପୁର ବ୍ଲକ ତଥା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଇପୁର ଗ୍ରାମରେ ବାହାଘରର ୫ ଦିନ ପରେ ଜଣେ ନବବଧୂର ମୃତ୍ୟୁ ହେବା ଘଟଣା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।ଗତ ଜୁନ ୨୯ ତାରିଖରେ ଉକ୍ତ ଗ୍ରାମର ସୁଶାନ୍ତ ବେହେରାଙ୍କ ସାନପୁଅ ଚିରଞ୍ଜିବୀ ସହ କୁଦାନଗରୀ ଥାନା ବେରୁଆ ଗ୍ରାମର ଭାଗ୍ୟଧର ବେହେରାଙ୍କ ଝିଅ ଶୁଭଶ୍ରୀ ସହିତ ଖୁବ ଜାକଜମକରେ ବିଭାଘର ଅନୁଷ୍ଠିତ ହୋଇଥିଲା।ଗତ ବୁଧବାର ବିବାହ ଭୋଜି ମଧ୍ଯ ସରିଥିଲା।ହଟାତ ନବବଧୂ ଶୁଭଶ୍ରୀର ଦେହ ଖରାପ ହେବାରୁ ଶଶୁର ସୁଶାନ୍ତ ବୋହୂଙ୍କ ପରିବାରଙ୍କୁ ଖବର ଦେଇଥିଲେ।ତାଙ୍କ ମା ଆସି ପହଞ୍ଚିବା ପରେ ଗୁରୁବାର ସକାଳୁ ତୁରନ୍ତ ତାଙ୍କୁ ଜଗତସିଂହପୁର ମେଡିକାଲ ନିଆଯାଇଥିଲା।ସେଠାରୁ ଔଷଧ ଆଣି ଘରକୁ ଆସିଥିଲେ।ପୁନର୍ବାର ପେଟ କାମୁଡି ଯନ୍ତ୍ରଣା ହେବାରୁ ଶୁକ୍ରବାର ତାଙ୍କୁ କଟକ ନିଆଯାଉଥିଲା।ଯିବା ବାଟରେ ଶ୍ୱାସରୁଦ୍ଧ ଭଳି ପରିସ୍ଥିତି ଉପୁଜିବାରୁ ଚିକିତ୍ସା ପାଇଁ ରଘୁନାଥପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ଶୁଭଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ତିର୍ତ୍ତୋଲ ପୋଲିସ ମେଡ଼ିକାଲରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମଟମ ପାଇଁ ଜଗତସିଂହପୁର ମେଡ଼ିକାଲକୁ ପଠାଇଛନ୍ତି। ଏ ସମ୍ପର୍କରେ ଥାନାରେ ୟୁଡ଼ି କେସ ନଂ ୧୫/୨୫ ରୁଜୁ ହୋଇଥିବା ଆଇଆଇସି ପ୍ରଦୀପ୍ତ କୁମାର ସେଠି ପ୍ରକାଶ କରିଛନ୍ତି।
