ଡି.ଆଇ.ଇ.ଟି ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର

ଡି.ଆଇ.ଇ.ଟି ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିରଯୁବ ସ୍ବାଭିମାନ ଦିବସ ଅବସରରେ ଯାଜପୁର ଜିଲ୍ଲାର ଡୋଲିପୁରସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଇ.ଇ.ଟି) ପକ୍ଷରୁ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି ବିଜ୍ଞାନ ଦ୍ବାରା ସବୁକିଛି ସମ୍ଭବ ହୋଇପାରିଛି, କିନ୍ତୁ ରକ୍ତର ବିକଳ୍ପ ସୃଷ୍ଟି ହୋଇପାରିନାହିଁ ଓ ପ୍ରତ୍ୟେକ ସୁସ୍ଥ ମଣିଷ ନିୟମିତ ରକ୍ତଦାନ କରିବା ଜରୁରୀ ବୋଲି ଛାତ୍ରଛାତ୍ରୀ ତଥା ରକ୍ତଦାତାମାନଙ୍କୁ ପରାମର୍ଶ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମ‌ାର ପୁହାଣ, ଡି.ଆଇ.ଇ.ଟି. ର ଅଧ୍ୟକ୍ଷା ନିବେଦିତା ଗୁରୁ, ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ରଗଡ଼ିର ‘ସମ୍ବାଦ’ର ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ପୀତବାସ ଭୂୟାଁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରୁ ୨୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିବା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *