୭୬ତମ କପ୍ତିପଦା ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ଉଦଳା ୨୦/୧ – ୭୬ ତମ ସାଧାରଣତନ୍ତ୍ର ଦିବସ କପ୍ତିପଦା ଉପଖଣ୍ଡ ସ୍ତରରେ ଉଦଳା ଠାରେ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କର କ୍ୟାରିୟର ଲକ୍ଷ ହାସଲ ନିମନ୍ତେ କୌଶଳ ଅଭିବୃଦ୍ଧିର ଆବଶ୍ୟକତା ଦୃଷ୍ଟିରୁ ଜିଲ୍ଲାପାଳ, ମୟୂରଭଞ୍ଜଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ ଡ଼େଭେଲପ୍ମେଣ୍ଟ ତଥା କର୍ମ ନିୟୋଜନ କାର୍ଯ୍ୟାଳୟ, ମୟୂରଭଞ୍ଜ, ବାରିପଦାଙ୍କ ଆନୁକୂଲ୍ୟରେ କପ୍ତିପଦା ଉପଖଣ୍ଡର ୪ ଗୋଟି ବି.ଇ.ଓ.ଙ୍କ ତରଫରୁ ମିଳିତ ଭାବେ ଉଦଳା ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ନବମ, ଦଶମ ଶ୍ରେଣୀ ସରକାରୀ ହାଇସ୍କୁଲ ସ୍ତରରେ ଏବଂ ଏକାଦଶ, ଦ୍ବାଦଶ ଶ୍ରେଣୀ +୨ ସରକାରୀ ଉଚ୍ଚ ମାଧ୍ୟମିକ ସ୍ତରରେ ଉପଖଣ୍ଡ ସ୍ତରୀୟ ଓଡ଼ିଆ ଏବଂ ଇଂରାଜୀ ବକ୍ତୃତା, ଓଡ଼ିଆ ଏବଂ ଇଂରାଜୀ ପ୍ରବନ୍ଧ, ଚିତ୍ରାଙ୍କନ ତଥା କୁଇଜ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମସ୍ତ ପ୍ରତିଯୋଗିତାର ପ୍ରତ୍ୟେକ ବିଭାଗରୁ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ କୃତୀ ପ୍ରତିଯୋଗୀ ଆସନ୍ତା ତା ୨୨-୦୧-୨୦୨୫ ରିଖ ଏମ୍.କେ.ସି. ହାଇସ୍କୁଲ ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଚୟନ କାର୍ଯ୍ୟକ୍ରମରେ ଯୋଗଦେବେ । ତତ୍ ସହିତ ଉପଖଣ୍ଡ ସ୍ତରରେ ଚୟନ ହୋଇଥିବା ସମସ୍ତ କୃତୀ ପ୍ରତିଯୋଗୀଙ୍କୁ କପ୍ତିପଦା ଉପଖଣ୍ଡସ୍ତରୀୟ ପାଳନ କମିଟି ତରଫରୁ ମଧ୍ୟ ମୁଖ୍ୟ ଅତିଥ୍ ଉପଜିଲ୍ଲାପାଳ, କପ୍ତିପଦା, ଉଦଳାଙ୍କ ଦ୍ବାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଆଜିର ସମସ୍ତ ପ୍ରତିଯୋଗୀତା କାର୍ଯ୍ୟକ୍ରମ ବି.ଇ.ଓ. ଉଦଳା ନୀତିଶ କୁମାର ଘୋଷ, ଏ.ବି.ଇ.ଓ., ଉଦଳା ମିନତୀ ପଣ୍ଡା, ପରିପ୍ପଳନା କରିଥିବାବେଳେ ଉଦଳା ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନୁଜା ମାଧୁରୀ ଦାସ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ । ବି.ଇ.ଓ. ଉଦଳାଙ୍କ କାର୍ଯ୍ୟାଳୟର ସିଆରସିସି ତାପସ ନନ୍ଦ, ସାନ୍ତନୁ ଦାଶ, ବୀରେନ୍ଦ୍ର ବେହେରା, ସରସତୀ ଟୁଡ଼ୁ, ତପନ ମିଶ୍ର, ପ୍ରୀତିମୟୀ ଟୁଡ଼ୁ, ବିଜୟ ବେହେରା, ନବୀନ ବେହେରା ଏବଂ ଅନ୍ୟାନ୍ୟ କର୍ମୟରୀ ସକ୍ରିୟ ସହଯୋଗ କରିଥିଲେ । ତତ୍ସହିତ ବ୍ଳକ୍ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାର ବିୟରକ ନିରଞ୍ଜନ ଭୋଳ ମଧ୍ୟ ଉପସ୍ଥିତ ଥିଲେ ।ପରିପତ୍ରାଙ୍କ ୨୯ ସୂ.ଲୋ. ତା ୨୦/୦୧/୨୦୨୫ଏହାର ଏକକିତା ନକଲ କପ୍ତିପଦା ଉପଖଣ୍ଡର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଅବଗତି ଓ ପ୍ରକାଶନ ନିମନ୍ତେ ଅନୁରୋଧ କରାଯାଇ ପ୍ରେରଣ କରାଗଲା ।90.P.98ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କପ୍ତିପଦା, ଉଦଳା, ମୟୂରଭଞ୍ଜ
