ବିଅଁଳ ବିଦ୍ୟାଳୟରେ ବିଭିନ୍ନ ଉତ୍ସବ
କାକଟପୁର,୦୨.୦୫ କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ନୁହାଡ଼ି ଗ୍ରାମରେ ଥିବା ବିଅଁଳ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ସକାଳେ ବିଭିନ୍ନ ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ସକାଳୁ ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋସିନି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପିଲା ମାନଙ୍କୁ ଫୁଲ ଚନ୍ଦନ ଦେଇ ଓ ମିଠା ଖୁଆଇ ସ୍କୁଲକୁ ସ୍ଵାଗତ କରାଯାଇଥିଲା। ପରେ ପରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷାବିତ୍ ସ୍ଵର୍ଣ୍ଣଲତା ତ୍ରୀପାଠୀ ଅତିଥି ଭାବେ ଯୋଗ ଦେଇ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ସମୟରେ ଶିକ୍ଷକମାନେ ପିଲାଙ୍କ ଉପଯୋଗୀ, ସଂସ୍କୃତି ପରମ୍ପରା ଉପରେ ପର୍ଯ୍ୟବେସିତ, ପାଠ୍ୟଖସଡା ଓ ବିଷୟ ଉପଯୋଗୀ ଖେଳଣାମାନ ବ୍ୟବହାର କଲେ ପିଲାମାନେ ଆନନ୍ଦ ଓ ଆଗ୍ରହ ସହକାରେ ଶିକ୍ଷାଗ୍ରହଣ କରିପାରିବେ। ଏଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିଲା ମାନଙ୍କୁ ମାନଙ୍କୁ ଖେଳଣା ତିଆରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶେଷରେ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସିଆରସିସି ଦେବାଶିଷ ବାହିନୀପତି, ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ, ଆଦିତ୍ୟ କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟତ୍ରୀ ଲିପିକା ରାଣୀ ଲେଙ୍କା ପରିଚାଳନା କରିଥିବା ବେଳେ ଏହି ଉତ୍ସବରେ ସ୍ଥାନୀୟ ଅଭିଭାବକ ମାନେ ଯୋଗ ଦେଇଥିଲେ l
