ଦିଗପହଣ୍ଡି ଅନ୍ତର୍ଗତ ନିଜ ବାଙ୍କେଶ୍ୱରୀ ପିଠରେ ସହର ତଳି କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରିଣୀର ବନ୍ଧୁ ମିଳନ ବୈଠକ
ଦିଗପହଣ୍ଡି ଅନ୍ତର୍ଗତ ନିଜ ବାଙ୍କେଶ୍ୱରୀ ପିଠରେ ସହର ତଳି କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରିଣୀର ବନ୍ଧୁ ମିଳନ ବୈଠକ।
ବ୍ରହ୍ମପୁର — ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରିଣୀର ଏକ ବନ୍ଧୁ ମିଳନ ବୈଠକ ଜିଲ୍ଳାର ପ୍ରସିଦ୍ଧ ଶକ୍ତି ପୀଠ ନିଜ ବଙ୍କେଶ୍ୱରୀ ପୀଠରେ ଅନୁଷ୍ଠିତ ହୋଇଯାଇଅଛି। ଶାରଦୀୟ ଦୁର୍ଗା ପୂଜା ଅବସରରେ କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ଯୋଗ୍ରନ୍ଦ୍ର ବକ୍ସିଙ୍କ ଦ୍ଵାରା ଆୟୋଜିତ ପୂଜା କାର୍ଯ୍ୟକ୍ରମରେ ସହର ତଳି ଅଞ୍ଚଳ କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇ ମାଙ୍କ ଆଶ୍ରିବାଦ ନେବା ସହ ସମସ୍ତଙ୍କ ମଙ୍ଗଳ କାମନା କରି ମାଙ୍କ ଆଶିଷ ଭିକ୍ଷା କରି ପୂଜା ଅର୍ଚ୍ଚନା କରିଥିଲେ। ସେହିପରି ଜନସାଧାରଣ ସମ୍ମୁଖିନ୍ନ ହେଇଥିବା ବିଭିନ୍ନ ପ୍ରସଙ୍ଗ ଓ କମିଟିର ଆଗାମୀ କାର୍ଯ୍ୟପନ୍ଥା ନେଇ କାର୍ଯ୍ୟକାରିଣୀ ଆଲୋଚନା କରିଥିଲା। ଏଥିରେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, ଉପ ସଙ୍ଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ଲକ୍ଷ୍ମୀ କାନ୍ତ ଜେନା, ଜୀତେନ୍ଦ୍ର କୁମାର ପାଢୀ, ହିମାଂଶୁ ସାହୁ, ସ୍ଥାନୀୟ ମନ୍ଦିର କମିଟି ସଭାପତି ରବୀନ୍ଦ୍ର ନାଥ ମଲ୍ଲିକ ଓ ନିଜ ବାଙ୍କେଶ୍ୱରୀ ପୀଠ ପୂଜକ ଜଗଦୀଶ ପଣ୍ଡା ପ୍ରାମୂଖ ସହଯୋଗ କରିବା ସହ ପରିଶେଷରେ ସମସ୍ତଙ୍କ ନିମନ୍ତେ ଉପଦେଷ୍ଟା ଶ୍ରୀ ବକ୍ସି ପ୍ରସାଦ ପ୍ରାସାଦ ସେବନ ବ୍ୟବସ୍ଥା ଆୟୋଜନ କରିଥିଲେ।
ସଞ୍ଜୀବ କୁମାର ପଟ୍ଟନାୟକ ସଭାପତି
