ବ୍ୟାସନଗର ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

** ବ୍ୟାସନଗର ପୌର ପରିଷଦର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳଙ୍କ ନେତୃତ୍ୱରେ ଆୟୋଜିତ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଯଥା ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଅତିଥିଭାବେ ଯୋଗଦେଇ କିଭଳି ପ୍ରତେକ ୱାର୍ଡରେ ଅଧିକ ରୁ ଅଧିକ ସଂଖ୍ୟକ ଯୁବକ, ଯୁବତୀ ବିଜେଡି ଦଳରେ ସଭ୍ୟ ହେବ କାର୍ଯ୍ୟ କରିବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଜିଲ୍ଲା ବିଜେଡି ମହିଳା ନେତ୍ରୀ ସବିତା ରାଉତ ଓ ବରିଷ୍ଠ ବିଜେଡି ନେତା ମହେଶ ଧଳ ଯୋଗଦେଇ କିଭଳି ସଭ୍ୟ ସଂଗ୍ରହରେ ବ୍ୟାସନଗର ପୌର ପରିଷଦ ରାଜ୍ୟ ଏକ ନମ୍ବର ହେବ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ l ଏହି କାର୍ଯ୍ୟକ୍ରମ ଅନେକ ଛାତ୍ର, ଯୁବ ଓ ମହିଳା ବିଜେଡି ନେତା ନେତ୍ରୀ ଯୋଗଦେଇଥିଲେ

Leave a Reply

Your email address will not be published. Required fields are marked *