ଆଇଆଇଟି ଭୁବନେଶ୍ୱରରେ ଡିଜାଇନ୍ ଚିନ୍ତାଧାରା ଏବଂ ନବସୃଜନ ଉପରେ ଏଆଇସିଟିଇ ଅଟଳ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ
ଆଇଆଇଟି ଭୁବନେଶ୍ୱରରେ ଡିଜାଇନ୍ ଚିନ୍ତାଧାରା ଏବଂ ନବସୃଜନ ଉପରେ ଏଆଇସିଟିଇ ଅଟଳ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମଜଟଣୀ, ୨୩/୧୨/୨୦୨୪: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ “ଡିଜାଇନ୍ ଚିନ୍ତାଧାରା ଏବଂ ନବସୃଜନ” ଉପରେ ଏଆଇସିଟିଇ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ (ଏଫ୍ଡିପି) ଆୟୋଜିତ ହେଉଛି ଯାହା ୨୩ ଡିସେମ୍ବର ୨୦୨୪ ରେ ଉଦ୍ଘାଟିତ ହୋଇଯାଇଛି। ଏହି ୫-ଦିନିଆ କାର୍ଯ୍ୟକ୍ରମକୁ ଆଜି ଆଇଆଇଟି ଭୁବନେଶ୍ୱରର ଡିନ୍ (ନିରନ୍ତର ଶିକ୍ଷା) ପ୍ରଫେସର ଭି. ପାଣ୍ଡୁ ରଙ୍ଗା ଉଦ୍ଘାଟନ କରିଥିଲେ। ଏହି ଅବସରରେ, କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ପୁଣ୍ୟଶ୍ରୀ ପଣ୍ଡା, ଆସୋସିଏଟ୍ ପ୍ରଫେସର, ମାନବିକତା, ସାମାଜିକ ବିଜ୍ଞାନ ଏବଂ ପରିଚାଳନା ସ୍କୁଲ ତଥା ସହ-ସଂଯୋଜକ ଡକ୍ଟର ଦୁଖବନ୍ଧୁ ସାହୁ, ମାନବିକତା, ସାମାଜିକ ବିଜ୍ଞାନ ଏବଂ ପରିଚାଳନା ସ୍କୁଲର ମୁଖ୍ୟ ଉପସ୍ଥିତ ଥିଲେ।ବ୍ୟବସାୟିକ ଚିନ୍ତାଧାରା ସହିତ ଡିଜାଇନ୍ ଚିନ୍ତାଧାରା ଏବଂ ନବସୃଜନକୁ ଏକତ୍ର କରିବାର ଜଟିଳତା ବିଷୟରେ ଶିକ୍ଷାବିତ୍ ଏବଂ ଅଂଶଗ୍ରହଣକାରୀମାନଙ୍କୁ ତାଲିମ ଦେବା ପାଇଁ ଏହି ଏଫ୍ଡିପିର ଉଦ୍ଦେଶ୍ୟ, ଯାହା ବଜାର ସହ ଜଡିତ ଉପଭୋକ୍ତା-କେନ୍ଦ୍ରିତ ସମାଧାନଗୁଡିକ ହାସଲ କରିବାରେ ଏବଂ ସଫଳତା ଆଣିବାରେ ଛାତ୍ରମାନଙ୍କ ମନକୁ ଅଧିକ ଚ୍ୟାନେଲ କରିବାରେ ସହାୟକ ହେବ । ଡକ୍ଟର ପୁଣ୍ୟଶ୍ରୀ ପଣ୍ଡା ସ୍ୱାଗତ ଭାଷଣରେ କହିଛନ୍ତି ଯେ ଏହି ପ୍ରକ୍ରିୟାରେ ଜ୍ଞାନର ଜିଜ୍ଞାସା ଏବଂ ଡିଜାଇନ୍ ଚିନ୍ତାଧାରାର ଗୁରୁତ୍ୱକୁ ନିରନ୍ତର ବିକାଶ କରିବାର ଆବଶ୍ୟକତା ରହିଛି। ପ୍ରଫେସର ଭି. ପାଣ୍ଡୁ ରଙ୍ଗା ତାଙ୍କ ସମ୍ବୋଧନରେ ଅନୁଷ୍ଠାନ ବିଷୟରେ ସୂଚନା ଦେଇ କହିଥିଲେ ଯେ ଶିକ୍ଷା ହେଉଛି ଏକ ନିରନ୍ତର ଯାତ୍ରା ଯାହା ବ୍ୟକ୍ତିଗତ ଅଭିବୃଦ୍ଧି, ବୃତ୍ତିଗତ ନେଟୱାର୍କିଂ ଏବଂ ସାମାଜିକ ଅଗ୍ରଗତି ପାଇଁ ଉଦ୍ଦିଷ୍ଟ। ଏହି ଅବସରରେ ଉଦ୍ଘାଟନୀ ଅଧିବେଶନର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏକ୍ସଆଇଏମବିର ଆସୋସିଏଟ୍ ପ୍ରଫେସର ଡକ୍ଟର ଅଜିତ କୁମାର, ଏହି ଫଡିପିର ଗୁରୁତ୍ୱ ଉପରେ ଧ୍ୟାନ ଦେଇଥିଲେ ଯାହା ଅଂଶଗ୍ରହଣକାରୀମାନଙ୍କୁ ସୂଚନା ଓଭରଲୋଡରୁ ସଠିକ୍ ସୂଚନା ଜାଣିବା ପାଇଁ ପ୍ରସ୍ତୁତ କରିବ । ଡକ୍ଟର ଦୁଃଖବନ୍ଧୁ ସାହୁ ଧନ୍ୟବାଦ
