ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତଙ୍କ ଗୁରୁ ଦାୟିତ୍ବ

ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତଙ୍କ ଗୁରୁ ଦାୟିତ୍ବ ବ୍ରହ୍ମପୁର ୫/୧ଭିନ୍ନକ୍ଷମ ମାନଙ୍କ ଭିତରେ ଥିବା ପ୍ରତିଭା ଅନ୍ୟ ମାନଙ୍କ ପାଖରେ ବିରଳ। ଆଜି ଭିନ୍ନକ୍ଷମ ମାନେ, ପ୍ରସାଶନିକ, ନୃତ୍ୟ, କ୍ରୀଡା, ସଙ୍ଗୀତ, ବ୍ୟବସାୟ ସବୁ କ୍ଷେତ୍ର ରେ ନିଜର ପାରି ଦର୍ଶିତା ପ୍ରଦର୍ଶନ କରି ନିଜକୁ ଅନ୍ୟ ମାନଙ୍କ ସହ ସମକକ୍ଷ କରିପାରିଛନ୍ତି। ଏଣୁ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ନିଜେ କିପରି ସ୍ବାବଲମ୍ବୀ ଓ ରୋଜଗାରକ୍ଷମ ହୋଇ ପାରିବେ, ସେଥି ପ୍ରତି ପ୍ରଚେଷ୍ଟା କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ବ ବୋଲି ଆଜି ପୋଲସରା ବ୍ଲକ ସ୍ଥିତ କଳମ୍ୱ ଗ୍ରାମ ରେ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ଅଧିକାର ସଚେତନତା କାର୍ଯ କ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିବା ସହ ଜନ ଜାଗରଣ ବିନା ନିଜ ଯନ୍ତ୍ରଣା, ଜନାର୍ଦ୍ଦନ ମଧ୍ୟ ଦୂର କରି ପାରିବେ ନାହିଁ” । ଏଣୁ ନିଜ ଅଧିକାର ପାଇବା ନିମନ୍ତେ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଆହ୍ବାନ ଦେଇଥିଲେ।ଅନୁଷ୍ଠାନ ର ସଭାପତି ଭିନ୍ନକ୍ଷମ ଙ୍କ ନିମନ୍ତେ ଦୀର୍ଘ୍ ଚାରି ଦଶକ ଧରି କାର୍ଯ୍ୟକରୀ ଆସୁଥିବା ବିଶିଷ୍ଟ ସମାଜସେବୀ ଶ୍ରୀ କେ ଆନନ୍ଦ ରାଓ ଅଧ୍ୟକ୍ଷତା କରି ସରକାରୀ ଓ ବେସରକାରୀ ଯୋଜନା ମାଧ୍ୟମରେ ଭିନ୍ନକ୍ଷମ ମାନେ କିପରି ଆତ୍ମ ନିର୍ଭର ଶିଳ ହୋଇପାରିବେ ଓ ତାଙ୍କ ଅନୁଷ୍ଠାନ ସବୁବେଳେ ସବୁକ୍ଷେତ୍ରରେ ସେମାନଙ୍କ ସହ ରହିବ ବୋଲି ମତବ୍ୟକ୍ତ କରିଥିଲେ।ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ରାଜେନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତେ ନିଶା ଗୁଟଖା ଠାରୁ ଦୂରରେ ରହିବା ନିମନ୍ତେ ପରାମର୍ଶ ଦେବାସହ, ସଭାପତି କେ ଆନନ୍ଦ ବାବୁ ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଦୀର୍ଘବର୍ଷ ଧରି ହଜାର ହଜାର ଭିନ୍ନକ୍ଷମ ଭାଇ ଭଉଣୀ ଙ୍କୁ ସହଯୋଗ କରୁଥିବା ଅତି ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ଯୋଗଦେଇ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ନିମନ୍ତେ ଦାବି କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଶ୍ରୀ ଚିତ୍ରସେନ ବେହେରାଶ୍ରୀ ଚନ୍ଦ୍ରଶେଖର ଗୌଡ଼ ଓ ଅଭିନେତା ଶ୍ରୀ ଧିରେନ ତ୍ରିପାଠୀ ଯୋଗଦେଇଥିଲେ। ଲୋକସେବକ ମଣ୍ଡଳ ଓ ଅନୁଷ୍ଠାନ ତରଫରୁ କମ୍ବଳ ଓ ହିୱିଲ ଚେୟେର, ଆଶା ବାଡି, ଶ୍ରାବଣ ଯନ୍ତ୍ର ଅତିଥି ମାନେ ପ୍ରଦାନ କରିଥିଲେ। ପ୍ରାୟ ତିନି ଶହ ରୁ ଅଧିକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଶେଷରେ ଅଭାଗା ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *