ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ


୨୯/୧୦/୨୦୨୧- ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଅଛି। ଯୁବରେଡ଼କ୍ରସର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ସଂସ୍ଥା। ଏହି ସଭାରେ ଅଧକ୍ଷତା କରିଥିଲେ ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ଶିବ ପ୍ରସାଦ ଦାଶ। ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ ମିଶ୍ର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସର ମୁଖ୍ୟବକ୍ତା ଭାବେ ଯୋଗଦେଇ ସମସ୍ତ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ରେଡ଼କ୍ରସର ପରାମର୍ଶଦାତା ଦୀପାନିତା କର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏଲ.ଟି ଗୋଲୋକ ବିହାରୀ ନାୟକ, ଏଲ.ଟି ବିନ୍ଦୁଲତା ଷଣ୍ଢ, କମଲ କୁମାର ବର୍ମା, ଜାତୀୟ ସେବା ଯୋଜନା ଅଧିକାରୀ ସସ୍ମିତା ନାୟକ, ଆଶ୍ଚର୍ଯ୍ୟ କର, ଜ୍ୟୋତିଭୂଷଣ ନାୟକ, ଲଷ୍ମୀକାନ୍ତ ମହାପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଉତ୍ସାହିତ କରିଥିଲେ। ଆୟୋଜକ ତଥା ଯୁବରେଡ଼କ୍ରସର ପରାମର୍ଶଦାତା ସଭା ପରିଚାଳନା କରିଥିଲେ। ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”।

Leave a Reply

Your email address will not be published. Required fields are marked *