ବିପର୍ଯ୍ୟୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସା ତାଲିମ ଅନୁଷ୍ଠିତ
ରାୟଗଡ଼ା-୨୯/୧୧-ଜିଲ୍ଲା ପ୍ରଶାସନ ତଥା ଓସଡମା ତରଫରୁ ରାୟଗଡ଼ ସଦର ବ୍ଳକ କାମ୍ପ ମାଲିଗାଁଠାରେ ଦୁଇ ଦିନିଆ ବିପର୍ଯ୍ୟୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ତାଲିମ ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ ବିଡିଓ ସୁଜିତ କୁମାର ମିଶ୍ର ଏହାର ଉଦଘାଟନ କରିଥିଲେ।ଏଥରେ ସ୍ଥାନୀୟ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଉଣେଇଶି ବର୍ଷରୁ କମ ତିରିଶ ଜଣ ବାଳିକା ଯୋଗଦେଇଥିଲେ। ଆପଦକାଳୀନ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ସହିତ ସପକାମୁଡା, ବିଜୁଳି, ଘଡଘଡି ସମୟରେ ଜୀବନ ରକ୍ଷା , ପଶୁପକ୍ଷୀଙ୍କ ଜୀବନ ରକ୍ଷା , ଆକସ୍ମିକ ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା ଆଦି କୌଶଳ ଗୁଡିକର ଅଭ୍ୟାସ କରାଯାଇଥିଲା ।

ଓଷ୍ଡମା ଦ୍ବାରା ତାଲିମପ୍ରାପ୍ତ ଦୁଇଜଣ ସମ୍ବଳ ବାଳିକା ମିତାଲି ସାହୁ ଓ ବୈଶାଖୀ ସ୍ବାଇଁ ତାଲିମ ପ୍ରଦାନ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ଫାଷ୍ଟ ଏଡ୍ କିଟ୍ ବଣ୍ଟନ କରାଯାଇଥିଲା ।ଶେଷରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଜିପିଡିଓ ସ୍ମୃତିରେଖା ନାୟକ, ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ପିଇଓ ପଲ୍ଲବୀ ପ୍ରିୟନାଥ, ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ ।
