ପୂଜ୍ୟପୂଜା ପରମ୍ପରା ଦ୍ବାରା ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ

ଜଟଣୀ, ୨୯।୧୨190୨୪ଆମ ଦେଶ ଜାତି ଓ ମାତୃଭାଷାର ସ୍ବାଭିମାନ ବଜାୟ ରଖୁବା ପାଇଁ ଯେଉଁ ମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ଆଦର୍ଶ ଓ କାର୍ଯ୍ୟାବଳୀକୁ ସ୍ମରଣକରିବା ପାଇଁ ପୂଜ୍ୟପୂଜା ପରମ୍ପରାକୁ ଅବ୍ୟାହତ ରଖୁବା ଜରୁରୀ । ପୂଜ୍ୟପୂଜା ପରମ୍ପରା ଅବ୍ୟାହତ ରହିଲେ ଏକ ସୁସୁ ଓ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ ବୋଲି ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ବାର୍ଷିକ ବନ୍ଧୁ ମିଳନରେ ଦୃଢୋକ୍ତି ପ୍ରକାଶ ପାଇଛି । ଗତକାଲି ସନ୍ଧ୍ୟାରେ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ବନ୍ଧୁ ମିଳନରେ ଜଟଣୀର ନଗରପାଳ ଅନନ୍ତ ବେହେରା, ଡେଲାଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ଛୋଟରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସରପଂଚ ପ୍ରଶନ୍ନ ମହାରଥ୍, ପୂର୍ବତନ ସରପଂଚ ଦିବାକର ମଙ୍ଗରାଜ, ରେଳ ଶ୍ରମିକ ନେତା ବିଜୟରାମ ମହାନ୍ତି, ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ଭକ୍ତବନ୍ଧୁ ଚୌଧୁରୀ, ପଦ୍ମନାଭ ପାଣିଗ୍ରାହୀ, ବରିଷ୍ଠ ନାଗରିକ ସଂଗଠକ ରବିନ୍ଦ୍ର ପ୍ରସାଦ ମିଶ୍ର, ଅଭିମନ୍ୟୁ ବଳିୟାରସିଂହ, କାଉନସିଲର ଶଶାଙ୍କ ଶେଖର ରାୟ, ସାମାଦିକ ନିଳାସର ମିଶ୍ର, ଯୁବସଂଗଠକ ଅରୁଣ ମହାନ୍ତି, ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ, ବାସୁଦେବ ସେଠୀ, ଲକ୍ଷ୍ମୀ ନାରାୟଣ ସ୍ପାଇଁ, ଆଶୁତୋଷ ରାୟ, ଶ୍ରମିକ ନେତା ସାରଙ୍ଗଧର ବେହେରା, ବୈରାଗୀ ଚରଣ ଜେନା, ଦୁର୍ଯ୍ୟୋଧନ ସିଂହ, ସାମାଦିକ ଧୂରେନ ପ୍ରତିହାରୀ, ପ୍ରଫୁଲ୍ଲ କୁମାର ମିଶ୍ର, ବୈଷ୍ଣବ ବରାଳ, ରଜନୀକାନ୍ତ ପଣ୍ଡା, ପ୍ରମୁଖ ଯୋଗ ଦେଇ ଜଟଣୀ ତଥା ଡେଲାଙ୍ଗ ଅଂଚଳରେ ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ବଜାୟ ରଖୁବା ସହିତ ଅଂଚଳର ସାମୁହିକ ବିକାଶ ପାଇଁ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ସଭାପତିତ୍ବ କରିଥିଲେ । ଶେଷରେ ଯୁବ ସଂଗଠକ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସ୍ବର୍ଗତ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା ।

ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *