ମା’ ଙ୍କ ଉପରେ ଆଲୋଚନାଚକ୍ର
ଜଟଣୀ ତା ୧୪/୦୧/୨୫- ଆମରି ସତ୍ୟ ବିକାଶ ପରିଷଦ, ଜଟଣୀ ଆନୁକୁଲ୍ୟରେ ମା’ଙ୍କ ଉପରେ ଏକ ମାସିକ ଆଲୋଚନା ଚକ୍ର ଶ୍ରୀ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ଵ ଓ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଆବାହକତ୍ୱରେ ଜଟଣୀ ପୌରାଞ୍ଚଳ ସ୍ଥିତ ରାମଚନ୍ଦ୍ରପୁରଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପଣ୍ତିତ ରମାକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆମରି ସତ୍ୟ ପ୍ରତିଷ୍ଠାତା ଡ. ପ୍ରମୋଦ ଚନ୍ଦ୍ର ଦାଶ ସ୍ଵାଗତ ଭାଷଣରେ ମା’ ଶବ୍ଦର ଗୁରୁତ୍ଵ ଦେବା ସହ ସଂସାରରେ ମା’ ଠାରୁ କେହି ବଡ ନୁହଁ ବୋଲି ପ୍ରତିପାଦନ କରିଥିଲେ । ସମ୍ମାନୀତ ଅତିଥି ପଣ୍ଡିତ କାଶୀନାଥ ଦାସ ବିଭିନ୍ନ ଶାସ୍ତ୍ର ପୁରାଣରୁ ତଥ୍ୟ ଉଦ୍ଧାର କରି ମାତୃ ଶକ୍ତିର ପ୍ରାଧାନ୍ୟତା ଓ ଜଗନ୍ନାଥ ତତ୍ଵ, ବାଟମଙ୍ଗଳାଙ୍କ ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ଐତିହାସିକ ସତ୍ୟବାଦୀ ବଳିୟା ରସିଂହ ଛତ୍ରପତି ଶିବାଜୀ, ମଧୁ ସୁଦନ ଦାସ ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ନଚନ୍ଦ୍ର ଦେବ, ସ୍ଵାମୀ ବିବେକାନନ୍ଦ ପ୍ରଭୃତି ମହାପୁରୁଷମାନେ କିପରି ମାତୃ ଆଶୀର୍ବାଦରେ ଚିରସ୍ମରଣୀୟ ହୋଇ ପାରିଛନ୍ତି ସେ ସମ୍ପର୍କରେ ମତ ଦେଇଥିଲେ। ମୁଖ୍ୟ ବକ୍ତା ଡ. ଆରତୀ କର ବିଭିନ୍ନ କବି ଓ ସାହିତ୍ୟିକଙ୍କ କାବ୍ୟ, କବିତା, ଛନ୍ଦ, ଚଉତିଶାରୁ ସୁନ୍ଦର ସୁନ୍ଦର ଉଦାହରଣ ଦେଇ ଦେବକୀ, ଯଶୋଦାଙ୍କର ବାତ୍ସଲ୍ୟ ପ୍ରେମ ବର୍ଣ୍ଣନା କରିଥିଲେ। ଶ୍ରୀଯୁକ୍ତ ବିନାୟକ ରଥ ସଂସାରରେ ଜଣେ ମା କିପରି ଉତ୍ତମ ସନ୍ତାନ ସୃଷ୍ଟି କରିପାରନ୍ତି ନିଜ ଅନୁଭୂତିରୁ ପ୍ରକାଶ କରିଥିଲେ। ଶ୍ରୀ ତ୍ରିଲୋଚନ ମହାପାତ୍ର ମା’ ସନ୍ତାନ ମାନଙ୍କର ଆଦ୍ୟ ଗୁରୁ, ତେଣୁ ପୁତ୍ର କନ୍ୟା ମାନେ ମା ବାପାଙ୍କୁ ଅବମାନନା କରିବା ଉଚିତ ନୁହେଁ ବୋଲି ମତ ଦେଇଥିଲେ। ପଣ୍ତିତ ପଦ୍ମନାଭ ପାଣିଗ୍ରାହୀ ସଂସାରରେ କୁପୁତ୍ର ଜନ୍ମ ଗ୍ରହଣ କରନ୍ତି କିନ୍ତୁ କୁମାତା ଙ୍କ ସୃଷ୍ଟି ନାହିଁ ଓ ମାଟି, ଆକାଶର ସମନ୍ୱୟ ମାଆ ବୋଲି ମନ୍ତବ୍ୟ ଦେଇ ଥିଲେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଯୁକ୍ତ ଆଦିନାରାୟଣ ଖଣ୍ଡୁଆଳଙ୍କ ସଭାପତିତ୍ବରେ ଏଵଂ ଶ୍ରୀ ଯୁକ୍ତ ପ୍ରମୋଦ ମହାନ୍ତି ଓ ଶ୍ରୀମତୀ ରଶ୍ମିତା ନାୟକଙ୍କ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ସୁରେଶ ଚନ୍ଦ୍ର ରଥ, ଆରତି ସେନ୍, ସୌଦାମିନୀ ବେହେରା, ସୁରେଶ ଚନ୍ଦ୍ର ସ୍ଵାଇଁ ,ସମରଜିତ ପଟ୍ଟନାୟକ, କାହ୍ନୁ ଚରଣ ସାହୁ, ପଣ୍ଡିତ . ବାସୁଦେବ ସାହୁ, ପ୍ରଦୀପ ଜେନା ପ୍ରଭୃତି କବିମାନେ ସ୍ଵରଚିତ କବିତା ପାଠ କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ଜବାହର ଲାଲ୍ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।
ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
