କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନ ରେ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଆଇନଜିବୀ ଅଶେଷ ନାଥ ମିଶ୍ର ସଭାରେ ସଂଯୋଜନା କରିଥିଲେ। ଆସନ୍ତା ଫେବୃଆରୀ ୨ ତାରିଖ ମାଘ ମାସ ଶୁକ୍ଳପକ୍ଷ ଶ୍ରୀ ପଞ୍ଚମୀ ତିଥିରେ ସ୍ମୃତି କମିଟି ପକ୍ଷରୁ ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ କବିସୂର୍ଯ୍ୟ ଙ୍କ ଜୟନ୍ତୀ ମହୋତ୍ସବ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା । ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ର କବିସୂର୍ଯ୍ୟ ଙ୍କ ଜନ୍ମପୀଠ ବିଜୟନଗରଗଡ଼ ଗ୍ରାମରୁ କବିସୂର୍ଯ୍ୟ ଙ୍କ ଜ୍ୟୋତି ବିଭିନ୍ନ ଗ୍ରାମାଞ୍ଚଳ ଓ ଦିଗପହଣ୍ଡି ସହର ପରିକ୍ରମା କରିବା ପରେ ମହୋତ୍ସବ ସ୍ଥଳରେ ପହଞ୍ଚିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।ସନ୍ଧ୍ୟାରେ ସଭା ସରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା।ସଭାରେ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ଆଇନଜିବୀ ମନୋରଞ୍ଜନ ପଣ୍ଡା,  ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼,ସରପଞ୍ଚ ବିଜୟ କୁମାର ପ୍ରଧାନ, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ପ୍ରଶାନ୍ତ କୁମାର ପ୍ରଧାନ,ସନ୍ତୋଷ ଦୋରା,ଖବରଦାତା ନୀଳମାଧବ ପରମଗୁରୁ,ଗୋପାଳ କୃଷ୍ଣ ମଲ୍ଲିକ,ଶିବପ୍ରସାଦ ରଥ,ସଞ୍ଜୀବ କୁମାର ପାତ୍ର,କିରଣ କୁମାର ବେହେରା,ସାମାଜିକ କର୍ମୀ କେ.କୁନା,ତାରା ପ୍ରସାଦ ପଟ୍ଟନାୟକ,ଉଜ୍ଜଳ କୁମାର ମହାନ୍ତି,ଅରୁଣ କୁମାର ଗୌଡ଼,ମାନସ ରଞ୍ଜନ ପଟ୍ଟନାୟକ,ଜୟଦେବ ଗୌଡ଼,ଶିକ୍ଷକ ନରସିଂହ ପଣ୍ଡା ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।                         

Leave a Reply

Your email address will not be published. Required fields are marked *